ଆନ୍ଦୋଳନ, ଅନଶନ କି’ଆଇନ୍ ନୁହେଁ,ଆଜିର ଭବିଷ୍ୟତ ବିଦ୍ୟାର୍ଥୀମାନେ ହିଁ ନିଜଠାରୁ ଓ ନିଜ ପରିବାର ଠାରୁ ଆରମ୍ଭ କରିବେ-ନିଶାମୁକ୍ତ ଭାରତ ଅଭିଯାନ।କଳି, ବିବାଦ କି କ୍ରୋଧ ନୁହେଁ,ଏକ ଶୃଙ୍ଖଳିତ ସମାଜ ,ଏକ ସୁସ୍ଥ ପରିବେଶ ଓ ଏକ ସୁନ୍ଦର ଭବିଷ୍ୟତ ପାଇଁ ପିଲାଏ ଏଣିକି ଅଳି, ପ୍ରାର୍ଥନା ଓ ନିବେଦନ ମାଧ୍ୟମରେ ଘରୁ,ପରିବାରରୁ, ଗାଁ,ସାହି,ଗଳି ଓ ବସ୍ତିରୁ ହଟାଇଵେ ନିଶା।ଗୁଟଖା, ସିଗାରେଟ,ମଦ ଭଳି ନିଶାଦ୍ରବ୍ୟରେ ଆଉ ଘରେଘରେ ସୃଷ୍ଟି ହେବନି ରୋଗ। ନଷ୍ଟ ହେବନି ସମାଜ। ଏଭଳି ଆହ୍ୱାନକୁ ସାଥିରେ ଧରି ଆଜି ଗିରଳ ନିକଟସ୍ଥ ଅନ୍ନପୂର୍ଣ୍ଣା ବନବିଦ୍ୟାଳୟ ର କୋମଳମତି ଶିଶୁମାନେ ନେଇଛନ୍ତି ଶପଥ।ତପୋଭୂମୀ ଟ୍ରଷ୍ଟ ପକ୍ଷରୁ ଶିକ୍ଷାବିତ୍ ରମେଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମ ରେ ସମାଜସେବୀ ବଦ୍ରି ମିଶ୍ର, ବଳରାମ ପଣ୍ଡା, ଭାସ୍କର ନାୟକ, ମନୋରଞ୍ଜନ ମିଶ୍ର, ମଧୁସୂଦନ ମିଶ୍ର,ନବୀନ ଶତପଥୀ, ଉଷାରାଣୀ ନାୟକ, ଦେବୀପ୍ରସାଦ ରଥ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିଶାମୁକ୍ତ ଭାରତବର୍ଷ ଉପରେ ଉଦବୋଧନ ଦେଇଥିଲେ। ଅନୁଷ୍ଠାନ ର ସଂପାଦିକା ଚିତରୂପା ଷଡ଼ଙ୍ଗୀଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଜୟ କୁମାର ଛାଟୋଇ, ଦୀପା ମିଶ୍ର, ମନୋଜ ଦଳେଇ,ହରିହର ସାହୁ, ବିଷ୍ଣୁ ଚରଣ ରାଉତ,ମୁକ୍ତିମଣି ଜେନା,ସଂଗୀତା ନାୟକ, ଉପେନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇଥିଲେ।