
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବୈଜ୍ଞାନିକ ତଥା ରାଷ୍ଟ୍ରପତି ଭାବରେ ଡକ୍ଟର କଲାମଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଯିଏ ସମାଜର ପ୍ରତ୍ୟେକ ବର୍ଗଙ୍କ ସହିତ ତାଳମେଳ ରଖୁଥିଲେ ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଆମର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ ଶ୍ରଦ୍ଧାଞ୍ଜଳି । ବୈଜ୍ଞାନିକ ତଥା ରାଷ୍ଟ୍ରପତି ଭାବରେ ଆମ ଦେଶ ପାଇଁ ତାଙ୍କର ଅବଦାନ ଏବଂ ସମାଜର ପ୍ରତ୍ୟେକ ବର୍ଗଙ୍କ ସହିତ ତାଳମେଳ ରଖୁଥିବାରୁ ସେ ସର୍ବଦା ପ୍ରଶଂସନୀୟ ।”