
ନୂଆଦିଲ୍ଲୀ,କରୋନା ଟୀକାକରଣ ଅଭିଯାନରେ ଦେଶରେ ବର୍ତମାନ ସୁଦ୍ଧା ୨୧୯.୩୨ କୋଟି ଭ୍ୟାକ୍ସିନ ଡୋଜ୍ ଲୋକଙ୍କୁ ଦିଆଯାଇଛି । ତନ୍ମଧ୍ୟରୁ ୯୪.୯୫ କୋଟି ଲୋକଙ୍କୁ ସେକେଣ୍ଡ ଡୋଜ୍ ଓ ୨୧.୮୫ କୋଟି ଲୋକଙ୍କୁ ପ୍ରିକସନ୍ ଡୋଜ୍ ଦିଆଯାଇଛି । ଗତ ୨୪ ଘଂଟାରେ ୫ ଲକ୍ଷ ୨ ହଜାର ୬୧୯ ଜଣଙ୍କୁ ଟୀକାକରଣ କରାଯାଇଛି । କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟରୁ ଏହା ଜଣାପଡିଛି ।