
-
ଦେଶବାସୀଙ୍କ ଭବିଷ୍ୟତ ଆକାଂକ୍ଷାକୁ ପୂରଣ କରିବା ଆମର ଉଦ୍ଦେଶ୍ୟ- ଧର୍ମେନ୍ଦ୍ର ପ୍ରଧାନ
-
ଛାତ୍ରଛାତ୍ରୀମାନେ ଏପିଜେ ଅବଦୁଲ କଲାମଙ୍କ ଠାରୁ ପ୍ରେରଣା ନେବା ଉଚିତ୍
-
କଲାମଙ୍କ ଠାରୁ ପ୍ରେରଣା ନେଇ ଭାରତର ଭବିଷ୍ୟତ ଗଠନ ଦିଗରେ କାର୍ଯ୍ୟ କରନ୍ତୁ ଛାତ୍ରଛାତ୍ରୀ
-
ଏକ ସଶକ୍ତ ଭାରତ ଗଠନ ଦେଶର ଛାତ୍ରଛାତ୍ରୀଙ୍କ ଉପରେ ନିର୍ଭରଶୀଳ
-
ମାନବତାର ବିକାଶରେ ଭାରତ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିବ
-
ପୁଣି ଥରେ ବିଶ୍ୱଗୁରୁ ଭାବରେ ଅବସ୍ଥାପିତ ହେବ ଭାରତ
-
ଶିକ୍ଷାନୁଷ୍ଠାନ ପରିସରରେ ‘ବାୟୋ ଓ୍ୱେଷ୍ଟ ରି ସାଇକ୍ଲିଂ ପ୍ଲାଣ୍ଟ’ ପରିଦର୍ଶନ
-
ସାଂସଦ ଡା.ପ୍ରଭାକର କୌରଙ୍କ ୭୫ତମ ଜନ୍ମ ଦିବସ କାର୍ଯ୍ୟକ୍ରମରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସହ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
ଶନିବାର କର୍ଣ୍ଣାଟକର ରାଷ୍ଟ୍ରୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (ଏନଆଇଟିକେ)ର ୨୦ତମ ବାର୍ଷିକ ସମାବର୍ତ୍ତନ ସମାରୋହରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଏହା କହିଛନ୍ତି । ସେ କହିଛନ୍ତି ଯେ ଆମର ଛାତ୍ରଛାତ୍ରୀମାନେ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ସ୍ୱର୍ଗତ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଠାରୁ ପ୍ରେରଣା ନେଇ ଭାରତର ଭବିଷ୍ୟତକୁ ପରିବର୍ତ୍ତନ କରିବା ଦିଗରେ କାର୍ଯ୍ୟ କରିବା ଦରକାର । ଏପିଜେ ଅବଦୁଲ କଲାମଙ୍କ ଜନ୍ମବାର୍ଷିକୀରେ ଏହି ସମାରୋହ ଅଧିକ ବିଶେଷତା ରଖୁଛି । କଲାମଙ୍କ ପରି ଜାତୀୟ ଶିକ୍ଷା ନୀତି ୨୦୨୦ ସ୍ୱାମୀ ବିବେକାନନ୍ଦଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କ ବିଚାର ଏବଂ ଶିକ୍ଷା ଉପରେ ଆଧାରିତ । ଜାତୀୟ ଶିକ୍ଷା ନୀତିରେ ପୁରାତନ ଶିକ୍ଷାକୁ ଆଧୁନିକତା ସହ ଯୋଡ଼ିବା ସହ ବିଶ୍ୱରେ ଉତ୍ତମ ନାଗରିକ ସୃଷ୍ଟି କରିବା ପାଇଁ ପ୍ରୟାସ ହେଉଛି ।
ଏକ ସଶକ୍ତ ଭାରତ ଗଠନ ଦେଶର ଛାତ୍ରଛାତ୍ରୀଙ୍କ ଉପରେ ନିର୍ଭରଶୀଳ । ବିଶ୍ୱ ଶିଳ୍ପ ବିପ୍ଳବ ୪.୦କୁ ଅଗ୍ରସର ହେଉଥିବା ବେଳେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେସିନ ଲର୍ଣ୍ଣି, ଡାଟା ଆନାଲିଟିକ୍ସ, ଇଲେକ୍ଟ୍ରୋନିକ୍ସ, ଅଗୁମେଣ୍ଟେଡ୍ ରିୟଲିଟି, ୩ଡି ପ୍ରିଣ୍ଟିଂ ଭଳି କ୍ଷେତ୍ରକୁ ଗୁରୁତ୍ୱ ଦେବାକୁ ହେବ । ମାନବତାର ବିକାଶରେ ଭାରତ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ ଓ ପୁଣି ଥରେ ବିଶ୍ୱଗୁରୁ ଭାବରେ ଅବସ୍ଥାପିତ ହୋଇପାରିବ । ଏହି ଅପେକ୍ଷା ବିଶ୍ୱ ରଖିଛି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଅନୁସନ୍ଧାନର ନାରା ଦେଇଥିଲେ । ଏ ଦୃଷ୍ଟିରୁ ଆମକୁ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଗବେଷଣାକୁ ପ୍ରାଧାନ୍ୟ ଦେବାକୁ ହେବ । ରାଷ୍ଟ୍ରୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ, କର୍ଣ୍ଣାଟକ ଇଞ୍ଜିନିୟରି କ୍ଷେତ୍ରର ବ୍ୟାପକତା, ଗବେଷଣା ଏବଂ ନବସୃଜନର ବାତାବରଣକୁ ମଜଭୂତ୍ କରିବା ଦିଗରେ କାର୍ଯ୍ୟ କରିବା ଦରକାର ।
ଶିକ୍ଷାନୁଷ୍ଠାନ ପରିସରରେ ପାଇଲଟ ପ୍ରକଳ୍ପ ‘ବାୟୋ ଓ୍ୱେଷ୍ଟ ରି ସାଇକ୍ଲିଂ ପ୍ଲାଣ୍ଟ’ ପରିଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଶ୍ରୀ ପ୍ରଧାନ ଅନୁଷ୍ଠାନକୁ ସ୍ଥାୟୀ ଉର୍ଜା ବିଭାଗ ପ୍ରତିଷ୍ଠା କରିବା ପାଇଁ ପରାମର୍ଶ ଦେଇଥିଲେ । ସେ କହିଛନ୍ତି ବର୍ଜ୍ୟବସ୍ତୁର ପୁନଃବ୍ୟବହାର ଭାଲ୍ୟୁ ଚେନ୍ ଦିଗରେ ଗବେଷଣା ଏବଂ ଦକ୍ଷତା ବିକାଶରେ ରାଷ୍ଟ୍ରୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ସହାୟକ ହେଉଛି । ପରିବେଶ ସୁରକ୍ଷା ଭାରତୀୟ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ । ସବୁଜ ପରିବର୍ତ୍ତନ ଦିଗରେ ଏଭଳି କାର୍ଯ୍ୟକ୍ରମ ବିଶ୍ୱରେ ହେବା ଉଚିତ୍ । ଏହି ପ୍ଲାଣ୍ଟ କ୍ୟାମ୍ପସର ବର୍ଜ୍ୟକୁ ଜୈବଗ୍ୟାସରେ ପରିଣତ କରୁଅଛି । ଓ୍ୱେଷ୍ଟ୍ ଟୁ ହେଲଥକୁ ପ୍ରୋତ୍ସାହନ ଦେବା ଦିଗରେ ଏହି ଅନୁଷ୍ଠାନର ଭୂମିକା ପ୍ରଶଂସନୀୟ ବୋଲି କେନ୍ଦ୍ରମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।
ଏହାବ୍ୟତିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କର୍ଣ୍ଣାଟନ ଗସ୍ତ କାଳରେ ବେଲଗାମ ଠାରେ ବେଲଗାଭି ଠାରେ କର୍ଣ୍ଣାଟକ ଲିଙ୍ଗାୟତ ଶିକ୍ଷା ସୋସାଇଟିର ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଡା. ପ୍ରଭାକର କୌରଙ୍କ ୭୫ତମ ଜନ୍ମ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ ବୋମାଇଙ୍କ ସହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ସେ କହିଛନ୍ତି ଡା. ପ୍ରଭାକର ଜଣେ ଅନୁଷ୍ଠାନ । ଦୀର୍ଘ ଚାରି ଦଶନ୍ଧି ଧରି କର୍ଣ୍ଣାଟକ ଲିଙ୍ଗାୟତ ଶିକ୍ଷା ସମାଜର ଦାୟିତ୍ୱ ନିର୍ବାହ କରି ଆସିଛନ୍ତି । ଏହି ସମାଜ ଶିକ୍ଷା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବାର ଦାୟିତ୍ୱ ନେଇଛି ବୋଲି ସେ କହିଛନ୍ତି ।