
ଭଦ୍ରକ – ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ମିର୍ଜାପୁର ଗ୍ରାମର ସ୍ୱପ୍ନେଶ୍ୱର ମହାଦେବଙ୍କ ୯ଡେସିମିଲ ସମ୍ପତ୍ତିକୁ ହଡ଼ପ କରି ଜଣେ ବ୍ୟକ୍ତି ଗୃହ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଗ୍ରାମବାସୀ ପାର୍ଥସାରଥି ନାୟକ, ନାରାୟଣ ଚନ୍ଦ୍ର ନାୟକ, ଶରତ କର, ରମାକାନ୍ତ ନାଥ, ପି. ହୃଷିକେଶ, ପୂର୍ଣ୍ଣଚନ୍ଦ୍ର ନାୟକ, ଗୋପାଳ ଚନ୍ଦ୍ର ସାହୁ, ନିରଞ୍ଜନ କର, ଶିବପ୍ରସାଦ କର, ଅଶୋକ କୁମାର କର ପ୍ରମୁଖ ଏବଂ ସେବାୟତମାନେ ମଙ୍ଗଳବାର ତହସିଲଦାରଙ୍କୁ ଭେଟି ଅଭିଯୋଗ କରିବା ସହ ରାଜସ୍ୱ ମନ୍ତ୍ରୀ, ରାଜସ୍ୱ କମିଶନର, ଚକବନ୍ଦୀ ଅଧିକାରୀ, ବନେ୍ଦାବସ୍ତ ଅଧିକାରୀ ଜିଲାପାଳ, ଉପଜିଲାପାଳ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏହା ଭଦ୍ରକ ସିଭିଲ୍ ଜଜ୍ ସିନିୟର ଡିଭିଜନଙ୍କ କୋର୍ଟରେ ବିଚାରାଧୀନ ଥିବାରୁ ନ୍ୟାୟାଳୟର ନିଦେ୍ର୍ଧଶ ନଆସିବା ଯାଏ ତାଙ୍କୁ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ନିଦେ୍ର୍ଧଶ ଦେବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି । ସ୍ୱପ୍ନେଶ୍ୱର ମହାଦେବଙ୍କର ବିଭିନ୍ନ ଖାତାରେ ୧୯୩୦ ସାଲରେ ୯ଡେସିମିଲ ଜାଗା ଥିଲା । ତେବେ ବନେ୍ଦାବସ୍ତ ସମୟରେ ଜଣେ ବ୍ୟକ୍ତି ସେହି ସମ୍ପତ୍ତିକୁ ନିଜ ନାଁରେ କରାଇ ନେଇଥିଲେ । ଚକବନ୍ଦୀ ସମୟରେ ଗ୍ରାମବାସୀମାନେ ଏ ସମ୍ପର୍କରେ ଜାଣିବାକୁ ପାଇନଥିଲେ । ପରେ ସେମାନେ ଏସମ୍ପର୍କରେ ଜାଣିବା ପରେ ଭଦ୍ରକ ସିଭିଲ ଜଜ୍ ସିନିୟର ଡିଭିଜନଙ୍କ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲା ଏବେ ବିଚାରାଧୀନ ରହିଥିବା ବେଳେ ଜମି ହଡ଼ପକାରୀ ଗୃହ ନିର୍ମାଣ କାର୍ଯ୍ୟ କରୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।