-
ତିନି କେନ୍ଦ୍ର ମନ୍ତ୍ରୀ ସାମିଲ
ଭୁବନେଶ୍ୱର,ବିଜେପିର ଏହି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକାରେ ଅଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି, ତିନି ଜଣ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ କ୍ଷେତ୍ର ପ୍ରଭାରୀ ସୁନୀଲ ବଂଶଲ, ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ବିଜୟପାଲ ସିଂହ ତୋମାର, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ସ୍ଥାନ ପାଇଛନ୍ତି ।
ସେହିପରି ଏହି ତାଲିକାରେ ଜୁଏଲ ଓରାମ, ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସୁରେଶ ପୁଜାରୀ, ବସନ୍ତ ପଣ୍ଡା, ମନମୋହନ ସାମଲ, କେଭି ସିଂହଦେଓ, ସୁରମା ପାଢୀ, ପ୍ରଭାତୀ ପରିଡା, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ମାନସ ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତ ସିଂହାର, ମୋହନ ମାଝୀ, ସୁକାନ୍ତ ନାୟକ, ଭାସ୍କର ମଢେଇ, ପ୍ରକାଶ ସୋରେନ, ନବଚରଣ ମାଝୀ, ସନାତନ ବିଜୁଳି, ବୁଧାନ ମୁର୍ମୁ, ଗଣେଶରାମ ସିଂହ ଖୁଂଟିଆ,ପଦ୍ମଲୋଚନ ପଣ୍ଡା, ଖାରବେଳ ସ୍ୱାଇଁ, ବିଭୁ ପ୍ରସାଦ ତରାଇ, ପୀତାମ୍ବର ଆଚାର୍ଯ୍ୟ, କାଳନ୍ଦୀ ସାମଲ, ଅଭିମନ୍ୟୁ ସେଠୀ, ହେମନ୍ତ ପାଢୀ ସାମିଲ ଅଛନ୍ତି ।