ଭଦ୍ରକ – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ବୁଧପୁର ଗ୍ରାମର ଗତିକାନ୍ତ ଜେନା ନାମକ ଜଣେ ଯୁବକଙ୍କୁ ରବିବାର ସକାଳେ ଜଣେ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିବା ମାମଲାରେ ପୋଲିସ ଅଭିଯୁକ୍ତ ମୂରଲୀ ସାହୁଙ୍କୁ ମଙ୍ଗଳବାର ଗରିଫ କରି କୋର୍ଟ ଚାଲାଣ କରିଛି । ଗତିକାନ୍ତ ତାଙ୍କର ଜଣେ ବନ୍ଧୁଙ୍କ ସହ ନନ୍ଦପୁର ବଜାର ଠାରୁ କିଛି ଦୂରରେ ଠିଆ ହୋଇଥିବା ବେଳେ ତାଳପଦା ଗୋପସାହି ଗ୍ରାମର ମୂରଲୀ ପୂର୍ବଶତ୍ରୁତାକୁ ନେଇ ତାଙ୍କୁ ଭୁଜାଲି ସହାୟତାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ୪୮୮/୧୯ରେ ଏକ ମକଦ୍ଧମା ରୁଜୁ କରି ତଦନ୍ତ ଚଳାଇଥିଲା । ଅପରପକ୍ଷେ ମୂରଲୀଙ୍କ ସ୍ତ୍ରୀ ମାଧୁରୀ ସାହୁ ଅଭିଯୋଗରେ ଦର୍ଶାଇ ଥିଲେ ଯେ ଗତିକାନ୍ତ ଓ ଅନ୍ୟ କେତେକ ବ୍ୟକ୍ତି ତାଙ୍କୁ ଫାଟକକୁ ବାଡେ଼ଇବା ସହ ଗାଳିଗୁଲଜ କରିଥିଲେ । ମାଧୁରୀ ଏହାର ପ୍ରତିବାଦ କରିବାରୁ ସେମାନେ ତାଙ୍କ ଘରେ ପଶି ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ ୪୮୯/୧୯ରେ ଅନ୍ୟଏକ ମକଦ୍ଧମା ରୁଜୁ ହୋଇଥିଲା ।
Related Stories
November 23, 2024