
ବଲାଙ୍ଗିର ,ମହା ମାରୀ କରୋନା ସମୟରେ ଅକ୍ସିଜେନ ଅଭାବରୁ ଅନେକ ନୀରିହ ଲୋକଙ୍କ ଜୀବନ ଯାଇଥିଲା । ଏହାକୁ ଦୃଷ୍ଟିରେ ରଖି କୋଭିଡ ସମୟରେ ରାଜ୍ୟ ସରକାର ଅକ୍ସିିଜେନର ଅଭାବକୁ ପୂରଣ କରିବା ଦିଗରେ ପ୍ରଶଂସନୀୟ ପଦକ୍ଷେପ ନେଇଥିଲେ । ଏହି କ୍ରମରେ ଆଜି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ଅତ୍ୟାଧୁନିକ ଅକ୍ସିଜେନ୍ ପ୍ଲାଣ୍ଟକୁ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଉଦ୍ଘାଟନ କରିଛନ୍ତି । ଓଡ଼ିଶାର ସ୍ୱାସ୍ଥ୍ୟ ପ୍ରତି ମୁଖ୍ୟମନ୍ତ୍ରୀଙ୍କ କେତେ ନଜର ରହିଛି ଏହାର ଉଦାହରଣ ହେଉଛି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି । ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାପାଳ ଚଂଚଳ ରାଣା, ମେଡିକାଲ ସୁପରିଟେଣ୍ଡେଣ୍ଟ ମହେନ୍ଦ୍ର ନାଏକ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ବଲାଙ୍ଗୀର ମୁନିସିପାଲିଟି ପୌରାଧ୍ୟକ୍ଷା ଲିକା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ଫଳରେ ବଲାଙ୍ଗୀର ଜିଲ୍ଲାରେ ଆଉ ଅକ୍ସିଜେନର ଅଭାବ ରହିବ ନାହିଁ ବୋଲି ବଲାଙ୍ଗୀର ଜିଲ୍ଲାପାଳ ଚଂଚଳ ରାଣା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।