
ବଲାଙ୍ଗିର ,ନୂଆଁ ପେନ୍ସନ ନିୟମକୁ ରଦ୍ଧ କରି ପୁରୁଣା ପେନ୍ସନ ପୋଲିସି ଲାଗୁ କରିବ ଦାବିରେ ଆଜି ବଲାଙ୍ଗୀର ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବଲାଙ୍ଗୀର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶିକ୍ଷକ ସଂଘ ଏକ ଦାବିପତ୍ର ବ୍ଲକ ଶିକ୍ଷା ଅଧିକାରୀଙ୍କ ଜରିଆରେ ମାନ୍ୟବର ଓଡ଼ିଶା ଆଇନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ୧.୧.୨ଠଠ୫ ପରେ ଯେଉଁ ମାନେ ଶିକ୍ଷକତା କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ଏହି ନୂଆ ପେନ୍ସନ ନିୟମ ଲାଗୁ ହୋଇଥିବା ବେଳେ ଏହା ଦ୍ୱାରା ଜିଲ୍ଲାର ହଜାର ହଜାର ଶିକ୍ଷକ ଅବସରଗ୍ରହଣ କରିବା ପରେ ଯଥେଷ୍ଟ କ୍ଷତିଗ୍ରସ୍ତ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ତେଣୁ ନୂଆ ପେନ୍ସନ ପୋଲିସ ବଦଳରେ ନୂତନ ପେନ୍ସନ ପୋଲିସି ଲାଗୁ କରିବାକୁ ପ୍ରାଥମିକ ଶିକ୍ଷକ ସଂଘ ଦାବି କରିଛି । ବଲାଙ୍ଗୀର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି କମଳ ଲୋଚନ ସାହୁ ଓ ସଂପାଦକ ବିଷ୍ଣୁ ଚରଣ ସାହୁଙ୍କ ନେତୃତ୍ୱରେ ଆଜି ଶତାଧିକ ଶିକ୍ଷକ ଧାରଣାରେ ବସିଥିଲେ । ନିଜର ନ୍ୟାର୍ଯ୍ୟ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଶିକ୍ଷକ ମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି l