ନୂଆପଡା – ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ଅମଲାପାଲି ଗ୍ରାମ ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଖଡିଆଳ ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଉଦ୍ଯାପିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ଖଡିଆଳ ଗୋଷ୍ଠି ଶିକ୍ଷା ଅଧିକାରୀ ଜଗଦୀଶ ପ୍ରସାଦ ଖମାରୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ତଥା ଏସିଏଫ ଡଃ ମିହିର ପଟ୍ଟନାୟକ, ବିଶିଷ୍ଟ ଅତିଥି ଭାବରେ ପଶ୍ଚିମ ଓଡିଶା ବିକାଶ ପରିଷଦ ବିଶେଷଜ୍ଞ ସଦସ୍ୟ ଲମ୍ବୋଦର ନିଆଲ, ସମ୍ମାନିତ ଅତିଥି ଭାବରେ ଜିଲା ବିଜ୍ଞାନ ନିରୀକ୍ଷକ ଅଶ୍ୱିନୀ କୁମାର ଭୋଇ, ମୁଖ୍ୟବକ୍ତା ଭାବରେ ଖଡିଆଳ ମଡେଲ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଡଃ ଯଶବନ୍ତଶେଖର ହାଁସଦା ଓ ସାଙ୍ଗଠନିକ ସମ୍ପାଦକ ତଥା ଅମଲାପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସବଲୁନ ସେନାପତି ପ୍ରମୁଖ ମଂଚାସୀନ ଥିଲେ । ସେହିପରି ଉଦ୍ଘାଟନୀ ସମାରୋହରେ ଅରେଡା ସରପଂଚ ପ୍ରତିମା ପୁଞ୍ଜି, ରାଜା ଆର୍ତତ୍ରାଣ ହାଇସ୍କୁଲର ପ୍ରଧାନ ଶିକ୍ଷକ ନକୁଳ ଶବର ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ଶିକ୍ଷକ ଗୌରାଙ୍ଗ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶିକ୍ଷକ ସିଦ୍ଧାର୍ଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଖଡିଆଳ ବ୍ଲକ ବିଜ୍ଞାନ ରିସୋର୍ସ ସେଂଟର ସମ୍ପାଦକ ଅଶୋକ କୁମାର ବେହେରା, ସିଆରସିସି ପ୍ରଶାନ୍ତ ପଣ୍ଡା ଓ ପ୍ରକାଶ ଠାକୁର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଚାରକ ଭାବରେ ଅଧ୍ୟାପକ କ୍ଷେତ୍ରମୋହନ ଦୁରିଆ, ନିଭା ଦଣ୍ଡସେନା, ହେମନାଥ ଭୋଇ, ତପସ୍ୱିନୀ ଜେନା ଓ ସୌମ୍ୟପଲ୍ଲବ ଦାୟିତ୍ୱ ନିର୍ବାହ କରିଥିଲେ । କୁନି ବିଜ୍ଞାନୀ ସଶ୍ରୀୟା ମୁଣ୍ଡ, ମୋହିତ ବେହେରା, ଶର୍ମିଷ୍ଠା ଆଚାର୍ଯ୍ୟ, ସଚିନ ବଘେଲ, ଅଦ୍ରିଜା ବେହେରା, ଦୀପେନ୍ଦ୍ର ବେହେରା, ସମାପିକା ସାହୁ, ଜ୍ୟୋତି ମଲ୍ଲିକ, ସୋମେଶ ନାଏକ, ହେମାନନ୍ଦ ପଟେଲ, ପ୍ରଶାନ୍ତ କୁମାର ମେହେର ଓ କିଶୋରୀ ମହାପାତ୍ରଙ୍କ ପ୍ରକଳ୍ପ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛି । ପ୍ରଦର୍ଶନୀରେ ବରିଷ୍ଠ ଓ କନିଷ୍ଠ ବିଭାଗରୁ ମୋଟ ୧୪୮ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ପରେ ଶିକ୍ଷିକା ଗୀତାଞ୍ଜଳି ସାହୁ, ବିଦ୍ୟୁତଲତା ସାହୁ, ଦମୟନ୍ତୀ ସାହୁଙ୍କ ନିର୍ଦ୍ଦେଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ହୋଇଥିଲା । ସମାରୋହରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରମୋଦ ପତି, ବୋଲଧର ନାଗ, ମୋତିଲାଲ ବେହେରାଙ୍କ ସମେତ ସମସ୍ତ ସିଆରସିସି, ଶିକ୍ଷକ ଶିକ୍ଷିକା ସହଯୋଗ କରିଥିବା ବେଳେ ଶିକ୍ଷାବିତ ସତୀଶ କୁମାର ପଟ୍ଟନାୟକ, ରୋହିତାଶ୍ୟ ବାଗ ପ୍ରମୁଖଙ୍କ ସମେତ ଶତାଧିକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।
Related Stories
August 25, 2025
August 25, 2025
August 25, 2025