ପବିତ୍ର କାର୍ତ୍ତିକ ମାସ ପରିପ୍ରେକ୍ଷୀରେ ଶ୍ରୀକ୍ଷେତ୍ରକୁ ଯାତ୍ରୀ ମାନଙ୍କ ଆଗମନ ବଢି ଚାଲିଛି। ଏହି ଅବସରରେ ଆଜି ATA ପକ୍ଷରୁ ବସଷ୍ଟାଣ୍ଡ ପରିସରକୁ ସଫାଇ କରାଯିବା ସହ ବେଲୁନ ଲଗାଇ ସଜବାଜ କରାଯାଇଥିଲା। ଯାତ୍ରୀମାନଙ୍କ ବିଶ୍ରାମ ସ୍ଥାନରେ ଧୂମପାନ ନିଷେଧାଞ୍ଚଳ ଓ ଡ଼ଷ୍ଟବିନ ବ୍ୟବହାର କରିବା ପାଇଁ ସଚେତନତା ବାର୍ତ୍ତା କାନ୍ଥ ମାନଙ୍କରେ ଲେଖା ଯାଇଥିଲା। ଯାତ୍ରୀମାନଙ୍କୁ ମାଗଣା ଶୌଚାଳୟକୁ ରାସ୍ତା ସୂଚନା ଫଳକ ଲଗାଯାଇଥଲା। ଏହା ସହ ଅପେକ୍ଷାକୃତ ଯାତ୍ରୀମାନଙ୍କ ପାଇଁ ଏକ ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଅପେକ୍ଷରତ ଶିଶୁ ମାନଙ୍କ ପାଇଁ ମ୍ୟୁଜିକ ଚେୟାର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଯାହା ଆଜି ପର୍ଯ୍ୟନ୍ତ କୌଣସି ଅନ୍ୟ ବସଷ୍ଟାଣ୍ଡରେ ହୋଇନାହିଁ। ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ଚକଲେଟ ଓ ଗୋଲାପ ଫୁଲ ଦେଇ ସମର୍ଦ୍ଧିତ କରାଯାଇଥିଲା। ଯାତ୍ରୀମାନେ ଏହି କାର୍ଯ୍ୟକ୍ରମକୁ ବେଶ ଉପଭୋଗ କରିବା ସହ ଭୂୟସି ପ୍ରଶଂସା କରିଥିଲେ। ଗଂଜାମ ଜିଲ୍ଲା ବ୍ରହ୍ମପୁରରୁ ଆସିଥିବା ଚିତ୍ତରଞ୍ଜନ ଜେନା ଏହି କାର୍ଯ୍ୟକ୍ରମକୁ ବର୍ଷ ସାରା ଜାରିରଖିବା ପାଇଁ ଆୟୋଜକଙ୍କୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରୀ ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ସ୍ୱାଇଁଙ୍କ ସମେତ ଘରୋଇ ବସ୍ ମାଲିକ ସଂଘ ଓ କର୍ମଚାରୀ ସଂଘ ସାମିଲ ହେବା ସହ ବସଷ୍ଟାଣ୍ଡ ପରିସରର ସମସ୍ୟା ଗୁଡିକ ସମ୍ପର୍କରେ ଆଲୋଚନା ମଧ୍ୟ କରିଥିଲେ। ଏହି ଅବସରରେ ଚିତ୍ରକର ବିଜୟ ପ୍ରଧାନ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଆସୋସିଏସନ ଅଫ ଟ୍ୱିଟର ଆକ୍ଟିଭିଷ୍ଟ – ଆଟାର ସଦସ୍ୟ ସଦସ୍ୟାମାନେ ପରିଚାଳନା କରିଥିଲେ।
Related Stories
November 22, 2024