ବିପର୍ଯ୍ୟୟ କୁ ରୋକି ହେବନି ସିନା କିନ୍ତୁ ସଚେତନ,ସଂଗଠିତ ଏବଂ ପୂର୍ବ ସୂଚନା ମିଳି ପାରିଲେ ବିପର୍ଯ୍ୟୟ ର ପ୍ରଭାବ କୁ ହ୍ରାସ କରାଯାଇପାରିବ ବୋଲି ଭାରତ ବିକାଶ ପରିଷଦ ,ଶ୍ରୀଜଗନ୍ନାଥ ଧାମ ଶାଖା ତରଫରୁ ଆୟୋଜିତ ଆନ୍ତର୍ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାଶ ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ଶାଖାର ବୁଧଦେଵ ମହାପାତ୍ର ଙ୍କ ଅଧକ୍ଷତା ରେ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ରେ ଆୟୋଜିତ ସଭାରେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରାଧ୍ୟାପକ ପ୍ୟାରୀ ମୋହନ ପଟନାୟକ ଯୋଗ ଦେଇ କହିଲେ ଯେ ଜଳ,ବାୟୁ, ଅଗ୍ନି, ଆକାଶ,ପୃଥିବି କୁ ନେଇ ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି। ଏହି ପଞ୍ଚ ତତ୍ତ୍ୱ ର ପ୍ରାକୃତିକ ବ୍ୟବସ୍ଥା କୁ ଶୋଷଣ କରୁଥିବାରୁ ବିଭିନ୍ନ ପ୍ରକାର ର ବିପର୍ଯ୍ୟୟ ସୃଷ୍ଟି ହେଉଛି।ଆମେ ସଚେତନ ହେଲେ ଏହି ବିପର୍ଯ୍ୟୟ ର ବିପଦ ହ୍ରାସ ହୋଇ ପାରିବ। ପରିଷଦ ର ପର୍ଯ୍ୟାବରଣ ଆବାହକ ସନ୍ତୋଷ କୁମାର ମହାନ୍ତି ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ତାଙ୍କ ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ, ମହାବାତ୍ୟାର ପ୍ରଭାବ କୁ ଦୃଷ୍ଟିରେ ରଖି ଓଡିଶା ର ପ୍ରସ୍ତୁତି ଉନ୍ନତ ମାନର ଯାହାକି ବିଶ୍ୱ ସ୍ତରରେ ପ୍ରଶଂସନୀୟ ଏବଂ ଗ୍ରହଣୀୟ ହୋଇ ପାରିଛି। ପୂର୍ବ ସୂଚନା ,ଜନଭାଗିଦାରୀ, ପ୍ରତ୍ୟେକ ସ୍ତରରେ ସଚେତନତା, ସଂଗଠିତ ପ୍ରସ୍ତୁତି ଦ୍ବାରା ଓଡିଶା ଉପକୂଳବର୍ତ୍ତି ଜନ ସାଧାରଣ ଙ୍କୁ ପ୍ରାକୃତିକ ବିପର୍ଯ୍ୟୟ କୁ ସଫଳତା ର ସହ ମୁକାବିଲା କରିବା ସହିତ ଧନ ଓ ଜୀବନ କୁ ବହୁ ପରିମାଣ ରେ ରକ୍ଷା କରିବାରେ ସକ୍ଷମ ହୋଇ ପାରୁଛେ।
ପୂର୍ବ ପ୍ରସ୍ତୁତି ଯୋଗୁଁ ବିପର୍ଯ୍ୟୟ କୁ ଆମେ ସଫଳତାର ସହିତ ସାମ୍ନା କରିବାରେ ସମର୍ଥ ହୋଇ ପାରିଛେ। ଶିଳ୍ପ ତାଲିମ ପ୍ରତିଷ୍ଠାନ ର ମୁଖ୍ୟ ପ୍ରଶିକ୍ଷକ ମନୋଜ କୁମାର ଦାସ କହିଥିଲେ ଯେ ବିପର୍ଯ୍ୟୟ ସମୟରେ ଶିଳ୍ପ ତାଲିମ ପ୍ରତିଷ୍ଠାନ ର କୁଶଳୀ ପ୍ରଶିକ୍ଷିତ ଛାତ୍ର ଛାତ୍ରୀ ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ପୂର୍ବ ରୁ ସହାୟତା କ୍ଷେତ୍ରରେ ଆମେ ଅନ୍ୟ ରାଜ୍ୟ ବିଶେଷ କରି ଆନ୍ଧ୍ର ଉପରେ ନିର୍ଭର କରିଆସୁଥିଲୁ । କିନ୍ତୁ ବର୍ତ୍ତମାନ ଆମ ପ୍ରଶିକ୍ଷିତ ଯୁବ ଛାତ୍ର ଛାତ୍ରୀମାନେ ବିଭିନ୍ନ ବିପର୍ଯ୍ୟୟ ସମୟରେ କେବଳ ଓଡିଶା ନୁହେଁ ଦେଶ ର ଅନ୍ୟାନ୍ୟ ଅଞ୍ଚଳରେ କେରଳ,ଗୁଜୁରାଟ ପ୍ରଭୃତି ବାହାର ରାଜ୍ୟ କୁ ଯାଇ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସହଯୋଗ କରି ଉଚ୍ଚ ପ୍ରଶଂସିତ ହୋଇ ପାରୁଛନ୍ତି। ଏହା ଆମ ପାଇଁ ଗୌରବ ର ବିଷୟ ।
ପରିବେଶବିତ ଜଗନ୍ନାଥ ବସ୍ତିଆ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଲେ ଯେ ପ୍ରକୃତିକୁ ଆମେ ବିକୃତ କରିବା ଦ୍ବାରା ବିପର୍ଯ୍ୟୟ ସୃଷ୍ଟି ହେଉଛି। ସମଗ୍ର ବିଶ୍ବ ଭୋଗ ବିଳାସ କ୍ଷମତା ଲୋଭ ରେ ବିକୃତ ଜୀବନଶୈଳୀ ଆପଣେଇଛନ୍ତି । ବିପର୍ଯ୍ୟୟ ପାଇଁ ଗଛଟିଏ ର ମନ୍ତ୍ର ବାଣ୍ଟିଥିଲେ ।
ଭାରତ ବିକାଶ ପରିଷଦ ର ଉପସଭାପତି ବୁଧଦେଵ ମହାପାତ୍ର ସଭାପତି ଅଭିଭାଷଣ ରେ ବିପର୍ଯ୍ୟୟ ସମୟ ରେ ଭାରତ ବିକାଶ ପରିଷଦ ର ସଦସ୍ୟ ମାନେ ପରିସ୍ଥିତି ପାଇଁ ପ୍ରସ୍ତୁତ ଥାଆନ୍ତି ବୋଲି ମତ ବ୍ୟକ୍ତ କରିଥିଲେ। ପ୍ରତ୍ୟେକ ସ୍ତରରେ ସଚେତନତା ସୃଷ୍ଟି ଦ୍ୱାରା ଆମେ ପରିବେଶ କୁ ସୁସ୍ଥ ରଖିପାରିବା ଓ ଜଳବାୟୁରେ ସନ୍ତୁଳନ ରକ୍ଷା କରା ଯାଇପାରିବ, ଫଳରେ ବିପର୍ଯ୍ୟୟ ର ପ୍ରକୋପ ହ୍ରାସ ହୋଇ ପାରିବ ବୋଲି କହିଥିଲେ।
ଭାରତ ବିକାଶ ପରିଷଦ ର କ୍ଷେତ୍ରୀୟ ମହାସଚିବ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ,ନେହେରୁ ଯୁବ କେନ୍ଦ୍ର ର ଜୟ ଶଙ୍କର ଯୋଶୀ,ଆପତ୍ତ କାଳୀନ ବିଭାଗ ତଥା ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କତ୍ତୃପକ୍ଷ ଙ୍କ ଜିଲା ପ୍ରକଳ୍ପ ଅଧିକାରୀ ଆଶୁତୋଷ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ଶେଷରେ ସହକାରୀ ଅଗ୍ନି ନିରାପତ୍ତା ଅଧିକାରୀ ପ୍ରଦୀପ କୁମାର ରାଉତ ବିପର୍ଯ୍ୟୟ ମୁକାବିଲା ର ତରିକା ଜଣାଇବା ସହ ଅଗ୍ନି,ବିଦ୍ୟୁତ ନିରାପତ୍ତା ସମ୍ବଦ୍ଧରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ କରାଇଥିଲେ।
ସଚିବ ସୌମେନ୍ଦ୍ର ଦାସଙ୍କ ସଂଯୋଜନାରେ, ରାମ ଚନ୍ଦ୍ର ଦଳାଇ, ନିମାଇଁ ଚରଣ ସାହୁ, ପିତାମ୍ବର ମହାପାତ୍ର, ସୁପ୍ରିତୀ ରଥ, ମୋନାଲିସା ପଟନାୟକ, ମୀରା ମହାରଣା, ମମତା ପାତ୍ର, ମୁକ୍ତିକାନ୍ତ ଦାସ, କେ ସି ପଟନାୟକ,ସତ୍ୟଜିତ ଦାସ ତଥା ଶିଳ୍ପ ତାଲିମ ପ୍ରତିଷ୍ଠାନ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ସମୂହ ଵଂଦେମାତରଂ ଏବଂ ଶେଷ ରେ ରାଷ୍ଟ୍ରଗାନ ଗାନ କରାଯାଇଥିଲା।