
ଭୁବନେଶ୍ୱର, କଂଗ୍ରେସ ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେ ଆଜି ଭୁବନେଶ୍ୱର ଆସୁଛନ୍ତି । ସଭାପତି ପ୍ରାର୍ଥୀ ଭାବେ ପ୍ରଚାର ସହ ସମର୍ଥନ ଲୋଡିବେ ଖାଡଗେ। ଭୁବନେଶ୍ୱରରେ ପହଞ୍ଚି କଂଗ୍ରେସ ଭବନରେ ଦିନ ୧୨ ଟାରେ ସମସ୍ତ ପିସିସି ସଦସ୍ୟଙ୍କ ସହ ବୈଠକ କରିବେ। ତେବେ ଏହି ବୈଠକରେ ଭୋଟ ଦେବା ପାଇଁ ସମର୍ଥନ ଲୋଡିବା ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସୂଚନା ଦିଆଯାଛି। ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେ ଆଜି ୧୧ଟା ୩୦ରେ ଓଡିଶାରା ପହଞ୍ଚିବେ ବୋଲି ସୂଚନା ରହିଛି।