
ଭଦ୍ରକ – ଦିନକୁ ଦିନ ରହସ୍ୟାବୃତ୍ତ ହେବାରେ ଲାଗିଛି କଟକ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜରେ ଭଦ୍ରକର ମୃତ ଆଦିବାସୀ ଯୁବକ ବୀର ଗାଗରାଇର ଆଖି ଚୋରି ଘଟଣା । ଭଦ୍ରକ ବାଗୁରାଇ ଆଦିବାସୀ କଲୋନୀ ନିବାସୀ ଯୁବକ ବୀର ଗାଗରାଇର ବ୍ୟବଚ୍ଛେଦ ମୃତଦେହରୁ ଆଖି ତାଡିନେବା ଅଭିଯୋଗ ପରେ ତାଙ୍କ ପତ୍ନୀ ଚମ୍ପା ଆଜି ଗ୍ରାମବାସୀଙ୍କ ସହ ପୁଣି ଥରେ ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତଙ୍କୁ ସାକ୍ଷାତ୍ କରି ନିଜ ପତିଙ୍କ ଘଟଣା କ୍ରମଶଃ ଶୀଥିଳ ପଡିଯାଉଥିବାରୁ ନ୍ୟାୟ ପାଇବାରେ ସନେ୍ଦହ ପ୍ରକାଶ କରିଛନ୍ତି । ଏଥିସହ ତାଙ୍କୁ ଶୀଘ୍ର ନ୍ୟାୟ ନମିଳିଲେ ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇବା ସହ ଅନଶନରେ ବସିବେ ବୋଲି ଚେତାବନୀ ଦେବା ଘଟଣା ଜିଲା ପୁଲିସ୍ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଏଠାରେ ସୂଚନାଯୋଗ୍ୟ ପୂର୍ବାଂଚଳ ଆଇଜି ଦୀପ୍ତେଶ ପଟ୍ଟନାୟକଙ୍କ ନିଦେ୍ର୍ଧଶ ମୂଳେ ଭଦ୍ରକ ସହରାଂଚଳ ଥାନାରେ ଭୁବନେଶ୍ୱର ସ୍ଥିତ ଏଲ୍ଭି ପ୍ରସାଦ ଚକ୍ଷୁ ଚିକିସôାଳୟ କର୍ତୃପକ୍ଷଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିବାବେଳେ ଅନୁରୂପ କଟକ ବଡଡାକ୍ତରଖାନାକୁ ମଧ୍ୟ ନୋଟିସ୍ ଯାଇଥିଲା । ତେବେ ମାମଲା ରୁଜୁ ହେବାର ୪ ଦିନ ବିତିଯାଇଥିଲେ ମଧ୍ୟ ତଦନ୍ତ କଚ୍ଛପ ଗତିରେ ଧିମେଇ ଚାଲିଛି । ସହରାଞ୍ଚଳ ପୁଲିସ୍ ଏହି ପ୍ରସଙ୍ଗରେ କେବଳ ଏକ ମାମଲା ରୁଜୁ କରି ମୃତକଙ୍କ ପତ୍ନୀ ଚମ୍ପା, ଭାଇ ବିଜୟ ଓ ଭଣଜା ବର୍ଦ୍ଧିଙ୍କ ବୟାନ ରେକର୍ଡ କରି ହାତବାନ୍ଧି ଚୁପ୍ ହୋଇ ବସିଛି । ଏ ସଂପର୍କରେ ତଦନ୍ତକାରୀ ଅଧିକାରୀଙ୍କୁ ପଚାରିବାରେ ସେ ଆଜି ଛୁଟିଦିନ, କାଲି ଦେଖିବା, କାଗଜପତ୍ର ଯୋଗାଡ ହୋଇପାରିନାହିଁ, ଅନ୍ୟ ଏକ ଘଟଣାର ତଦନ୍ତରେ ବ୍ୟସ୍ତ ଭଳି ବିଭିନ୍ନ ଆଳ ଦେଖାଇ ଅଯଥାରେ ସମୟ ଗଡାଇ ଚାଲିଛନ୍ତି । ଫଳରେ ଏହି ପ୍ରସଙ୍ଗରେ ପୁଲିସ୍ର ଭୂମିକାକୁ ନେଇ ସାଧାରଣରେ ସନେ୍ଦହ ସୃଷ୍ଟି ହୋଇଛି । ପରୋକ୍ଷରେ ସଂପୃକ୍ତ ଚକ୍ଷୁ ଚିକିସôାଳୟକୁ ପ୍ରମାଣ ନଷ୍ଟ କରିବାର ସୁଯୋଗ ଦେବା ମୂଳଲକ୍ଷ୍ୟ ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଏହି ଚକ୍ଷୁ ଚୋରି ଘଟଣାକୁ ଚକ୍ଷୁଦାନ ବୋଲି ପ୍ରୟାସ କରୁଥିବା ଏଲଭି ପ୍ରସାଦ ଚକ୍ଷୁ ଚିକିସôାଳୟ କର୍ତୃପକ୍ଷଙ୍କୁ ଘଣ୍ଟ ଘୋଡାଇବା ପାଇଁ ତଦନ୍ତକୁ ଜାଣିଶୁଣି ବିଳମ୍ବିତ କରାଯାଉଛି ବୋଲି ଏହି ଘଟଣାକୁ ପଦାକୁ ଆଣୁଥିବା ବହୁ ସାମାଜିକ କର୍ମୀ ସନେ୍ଦହବ୍ୟକ୍ତ କରିଛନ୍ତି । ଅନୁରୂପ ନ୍ୟାୟ ଅପେକ୍ଷାରେ ଥିବା ମୃତ ବୀର ଗାଗରାଇଙ୍କ ପରିବାରକୁ ବାସ୍ତବରେ ନ୍ୟାୟ ମିଳିବ କି ନାହିଁ, ତାହାକୁ ନେଇ ମଧ୍ୟ ଦେଖାଦେଇଛି ଅନେକ ବାଦ ବିବାଦ । କେଉଁ କାରଣରୁ ପୁଲିସ୍ ଏଭଳି ଏକ ସ୍ପର୍ଶ କାତର ଘଟଣାକୁ ହାଲକା ଭାବେ ନେଉଛି, ତାହାକୁ ନେଇ ଲୋକଙ୍କ ମନରେ ଉଠିଛି ଅନେକ ପ୍ରଶ୍ନ । ତେବେ ଆସନ୍ତାକାଲି ପୁଲିସ୍ର ଏକ ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱର ଯିବ ବୋଲି ଥାନାଧିକାରିଣୀ ସରୋଜିନୀ ସିଂହ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଗତ ୭ ତାରିଖ ଦିନ କୌଣସି କାରଣରୁ ବୀର ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲା । ତାଙ୍କୁ ପ୍ରଥମେ ଭଦ୍ରକ ଓ ପରେ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ମାତ୍ର ୧୧ ତାରିଖ ଅପରାହ୍ନରେ ସେଠାରେ ତାଙ୍କର ଚିକିସôାଧୀନ ଅବସ୍ଥାରେ ମୃତୁ୍ୟ ଘଟିଥିଲା । ବଡଡାକ୍ତର ଖାନା କର୍ତୃପକ୍ଷ ଶବ ବ୍ୟବଚ୍ଛେଦ କରି ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ । କିନ୍ତୁ ଅନ୍ତିମ ସଂସ୍କାର ସମୟରେ ବୀର ଗାଗରାଇଙ୍କର ଦୁଇଟି ଯାକ ଚକ୍ଷୁ ନଥିବାର ଦେଖିବାକୁ ମିଳିଥିଲା । ମୃତକଙ୍କ ପରିବାରକୁ ଦିଆଯାଇଥିବା କାଗଜପତ୍ରରୁ ସେ ଚକ୍ଷୁଦାନ କରିଥିବାର ଏକ ପ୍ରମାଣପତ୍ର ମିଳିଥିଲା । ତେବେ ପରିବାରର ବିନା ଅନୁମତିରେ ସେମାନଙ୍କୁ ବ୍ୟବଚ୍ଛେଦ ନାମରେ ଟିପଚିହ୍ନ ବା ଦସ୍ତଖତ ନେଇ ଆଖି ତାଡି ନିଆଯାଇଥିବା ଅଭିଯୋଗ କରିଥିଲେ ମୃତକଙ୍କ ପତ୍ନୀ । ଅପରପକ୍ଷରେ ଏହି ଘଟଣାରେ ବିଭିନ୍ନ ସାମାଜିକ ସଂଗଠନ ଓ ରାଜନୈତିକ ଦଳଙ୍କ ଆଶ୍ଚର୍ଯ୍ୟଜନକ ନୀରବତା ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି ।