ଭୁୁବନେଶ୍ୱର,ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡି ନେତା ରାଜେନ୍ଦ୍ର ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଧାମନଗର ଉପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ସେ ପ୍ରାର୍ଥୀ ପତ୍ର ଦାଳ କରିଛନ୍ତି । ସମର୍ଥକ ମାନଙ୍କ ଗହଣରେ ପଦଯାତ୍ରା କରି ସେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ବିଜେଡ଼ି ଟିକେଟ୍ ନଦେବାରୁ ସ୍ୱାଧିନ ଭାବେ ନାମାଙ୍କନ ଦାଖଲ କରିଥିବା ଜଣା ପଡିଛି ।
ଉଲ୍ଲେଖନୀୟ ଯେ ଗୁରୁବାର ଦ ଦିନ ତମାମ ଛକାପଞ୍ଝା ଓ ଅଜ୍ଞାତବାସ ପରେ ସନ୍ଧ୍ୟାରେ ଘରକୁ ଫେରିଥିଲେ ଧାମନଗର ବିଜେଡି ନେତା ରାଜୁ ଦାସ । ଆଉ ଘରକୁ ଫେରିବା ପରେ ଗଣମାଧ୍ୟମ ସାମନାକୁ ଆସି ଧାମନଗରବାସୀଙ୍କ ସମର୍ଥନ ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ ।
ବୁଧବାର ଅବନ୍ତୀଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଅବନ୍ତି ଓ ରାଜୁ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ । ଆଉ ଅବନ୍ତି ତାଙ୍କର ସଂପର୍କୀୟ ବୋଲି କହିଥିଲେ । ହେଲେ ଭୁବନେଶ୍ୱରରୁ ଫେରିଯିବା ପରେ ବିଳମ୍ବିତ ରାତିରେ ଧାମନଗରସ୍ଥିତ ବାସଭବନରେ ସମର୍ଥକଙ୍କ ସହ ବୈଠକ କରିଥିଲେ । ଆଉ ସମର୍ଥକଙ୍କ ସହ ଆଲୋଚନା ପରେ ସ୍ୱାଧୀନ ପ୍ରାର୍ଥୀ ହେବାକୁ ନିଷ୍ପତି ନେଇଥିଲେ ।