
ଭୁବନେଶ୍ୱର, ଭଦ୍ରକ ଜିଲ୍ଲାର ଧାମନଗର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀନୀ ଅବନ୍ତୀ ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନେହେରୁ ଷ୍ଟାଡିୟମ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ସେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କ ଉପରେ ଭରଷା କରି ବିଜେଡି ପ୍ରାର୍ଥୀ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଧାମନଗରବାସୀଙ୍କୁ ସେବା କରିବାକୁ ସୁଯୋଗ ଦେବାକୁ ନିବେଦନ କରିଛନ୍ତି ।
ଅବନ୍ତୀ ଦାସ ନାମାଙ୍କନ ପତ୍ର ଦାଖଲ ସମୟରେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ, ସାଂସଦ ମଞ୍ଜୁଲତା ମଣ୍ଡଳ, ଯୋଜନା ବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ ରାୟ, ବିଧାୟକ ସଂଜୀବ ମଲ୍ଲିକ, ସୁଲତା ଦେଓଙ୍କ ସମେତ ବହୁ ବିଜେଡି ନେତା ଉପସ୍ଥିତ ଥିଲେ ।’