ଭୁବନେଶ୍ୱର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ପକ୍ଷରୁ ବାଲେଶ୍ୱର କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକଙ୍କ ସହ ଜଡିତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ଭିଜିଲାନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଚାଲିଛି । ରାୟଗଡ଼ା ବିଶାଖାପଟ୍ଟନମ୍ ଖୋର୍ଧା, ମୟୂରଭଞ୍ଜ ଓ ବାଲେଶ୍ୱରରେ ଏହି ଚଢାଉ କରାଯାଉଛି । ଏହି ରେଡରେ ୩ ଡିଏସପି, ୧୨ ଇନସ୍ପେକ୍ଟର, ୨ ସବଇନସ୍ପେକ୍ଟର, ୫ ଏଏସଆଇ ସାମିଲ ଅଛନ୍ତି ।