
ଗୌହାଟୀ , ଆସାମର ଦୁଇ ଦିବସୀୟ ଗସ୍ତରେ ଗୌହାଟୀ ପହଂଚିଥିବା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ସକାଳେ ଶକ୍ତିପୀଠ ମାଁ କାମାକ୍ଷା ମନ୍ଦିର ଯାଇ ଦର୍ଶନ କରିଛନ୍ତି । ସେ ମନ୍ଦିରର ପରିକ୍ରମା କରିବାସହ ବିଧି ବିଧାନରେ ପୂଜାର୍ଚନା କରିଛନ୍ତି ।
ରାଷ୍ଟ୍ରପତିଙ୍କ ସହିତ ଆସାମର ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁଖୀ, ମୁଖ୍ୟମନ୍ତ୍ରୀ ଡ. ହେମନ୍ତ ବିଶ୍ୱଶର୍ମା, ପରିବହନ ମନ୍ତ୍ରୀ ପରିମଳ ଶୁକ୍ଲବୈଦ୍ୟ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ । ରାଷ୍ଚ୍ରପତିଙ୍କ ଆଗମନକୁ ଆଖି ଆଗରେ ରଖି ପୋଲିସ ଓ ସୁରକ୍ଷାକର୍ମୀ ମାନେ ଏହି ଅଂଚଳରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରିଥିଲେ ।