ଭଦ୍ରକ – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ନପଙ୍ଗ ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ହୋଇଛି ଅସଦାଚରଣ ମାମଲା । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଗ୍ରାମର ପଂଚାୟତର ଜଣେ ଏସ୍ଇଏମ୍ ମହିଳାଙ୍କ ପ୍ରତି ସେ ପଂଚାୟତ କାର୍ଯ୍ୟାଳୟରେ ତାଙ୍କ ଚରିତ୍ରକୁ ଆକ୍ଷେପ ପୂର୍ବକ କରିଥିଲେ ଅସଦାଚରଣ । ଏଭଳି ଏକ ସମ୍ବେଦନଶୀଳ ଘଟଣା ସଂପର୍କରେ ସରପଂଚ ଓ ପୁତୁରା ଆକାଶ ନାୟକଙ୍କୁ ସଂପୃକ୍ତ ମହିଳା ଜଣାଇଥିଲେ । ମାତ୍ର ଆକାଶ ଘଟଣାଟିକୁ ଚାପିବା ଉଦେ୍ଧଶ୍ୟରେ ଏହା ପ୍ରଘଟ ନକରିବାକୁ ତାଙ୍କୁ ପରାମର୍ଶ ଦେବା ସହ ପ୍ରତିକାର କରିବାକୁ କହି ଦିନ ଗଡାଇ ଚାଲିଥିଲେ । କିନ୍ତୁ ଆକାଶ ୫୦ ହଜାର ଟଙ୍କା ସଂପୃକ୍ତ ମହିଳାଙ୍କ ଠାରୁ ନେଇ ଘଟଣାକୁ ରଫାଦଫା କରିଦେବାକୁ ତାଙ୍କୁ ପ୍ରବର୍ତାଇଥିଲେ ବୋଲି ସେ ଉଭୟ ପିଇଓ ଭାଗୀରଥି ଜେନା (୫୮) ଓ ସରପଂଚଙ୍କ ପୁତୁରା ଆକାଶଙ୍କ ନାମରେ ଅଭିଯୋଗ କରିବା ପରେ ଭଣ୍ଡାରିପୋଖରୀ ଥାନାରେ ୧୯୬/୧୯ ମୂଳେ ମାମଲା ରୁଜୁ ହୋଇଥିବାର ଜଣାପଡିଛି ।
Related Stories
November 23, 2024