– ଲୋକଙ୍କ ସୁବିଧା ପାଇଁ ବ୍ୟବସ୍ଥା କରିବାକୁ ନିଦେ୍ର୍ଧଶ
ଭୁବନେଶ୍ୱର – ୩ ମାସ ମଧ୍ୟରେ ଗାଡି କାଗଜ ପତ୍ର କରାଇନେବା ପାଇଁ ମୁଖ୍ୟମନ୍ତ୍ରୀ ମହଲତ ଦେବା ପରେ ଆଜି ପରିବହନ ବିଭାଗ ସଚିବ ଜି. ଶ୍ରୀନିବାସ ଆରଟିଓ ମାନଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ । ଆରଟିଓ କାର୍ଯ୍ୟାଳୟ ଗୁଡିକରେ ଅଧିକ କାଉଂଟର ଖୋଲାଯିବା , ଅଧିକ ଡିଏଲ ସ୍ଲଟ୍ ରଖିବା , ଅଧିକ କର୍ମଚାରୀ ନିଯୁକ୍ତି ଦେବା , ଅଧିକ ପଲ୍ୟୁସନ୍ ଟେଷ୍ଟିଂ ସେଂଟର ଖୋଲିବା ଏବଂ ସେଠାରେ ରେଟ୍ ଚାର୍ଟର ବ୍ୟବସ୍ଥା କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଦଲାଲ୍ ମାନଙ୍କ ଉପରେ ନଗର ରଖିବା ଓ ମଦ୍ୟପାନ କରି ଗାଡି ଚଳାଉଥିବା ଗାଡି ଚାଳକଙ୍କ ଉପରେ କୋହଳ ମନୋଭାବ ପ୍ରଦର୍ଶନ ନକରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏହା ବ୍ୟତୀତ ୧୫/୨୦ ଦିନ ମଧ୍ୟରେ ଆସିଥିବା ଆବେଦନ ଗୁଡିକୁ ସମାଧାନ କରିବାକୁ ସଚିବ ନିଦେ୍ର୍ଧଶ ଦେଇଥିଲେ ।