
କଟକ/ଭୁୁବନେଶ୍ୱର, କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନ କୋଲକାତାସ୍ଥିତ ରାଷ୍ଟ୍ରୀୟ ଗତିଶୀଳ ଦିବ୍ୟାଙ୍ଗଜନ ସଂସ୍ଥାନ (ଏନ୍ଆଇଏଲ୍ଡି)ର ନିର୍ଦ୍ଦେଶକ ଦାୟିତ୍ୱ ଡକ୍ଟର ପତିତପାବନ ମହାନ୍ତିଙ୍କୁ ପ୍ରଦାନ କରାଯାଇଛି । କଟକ ଜିଲ୍ଲାର ଓଲଟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ ସଂସ୍ଥାନ (ନିରତାର)ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଥିବା ଡକ୍ଟର ମହାନ୍ତି ଗତ ଗୁରୁବାର କୋଲକାତାଠାରେ ଏହି ଅତିରିକ୍ତ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ଚିଠି ଅନୁସାରେ ସେ ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ । ଭୌତିକ ଚିକିତ୍ସା (ଫିଜିଓଥେରାପି) କ୍ଷେତ୍ରରେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଡକ୍ଟର ମହାନ୍ତିଙ୍କ ନୂତନ କାର୍ଯ୍ୟଭାର ଗ୍ରହଣକୁ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଛି ।