କନ୍ଧମାଳ,ଫୁଲବାଣୀ ସହର ସମେତ ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଦିନକୁ ଦିନ ବେଆଇନ ଭାବେ ଖୁଲମଖୁଲା ଗୁଟଖା ବିକ୍ରି କରାଯାଉଥିବା ଅଭିଯୋଗ ହେବା ପରେ ପ୍ରଶାସନ ଚେତିଛି। ବୁଧବାର ଡ୍ରଗ ଇନିସ୍ପେକ୍ଟରଙ୍କ ନେତୃତ୍ଵରେ କର୍ମଚାରୀମାନେ ଜି. ଉଦୟଗିରି ଅଂଚଳରେ ଅତର୍କିତ ଭାବେ ବିଭିନ୍ନ ଦୋକାନ ଉପରେ ଚଢ଼ଉ କରି ଗୁଟଖା ଜବତ କରିବା ସହ ଜୋରିମାନା ଆଦାୟ କରିଥିଲେ। ଏହି ଟିମ ପ୍ରାୟ ୨୧ଟି ଦୋକାନ ଉପରେ ଚଢ଼ଉ କରି ତିନି ହଜାରରୁ ଉର୍ଦ୍ଧ ଟଙ୍କା ଜୋରିମାନା ଆଦାୟ କରିଛନ୍ତି। ଆଗକୁ ଗୁଟଖା ବିକ୍ରି ନକରିବା ଲାଗି ବ୍ୟବସାୟୀଙ୍କୁ ତାଗିଦ କରିଛି ଟିମ ।
ଡ୍ରଗ ଇନସପେକ୍ଟର ସନ୍ତୋଷ କୁମାର ପ୍ରଧାନଙ୍କ ନେତୃତ୍ଵରେ ହୋଇଥିବା ଏହି ଚଢ଼ଉରେ ଫୁଡ ଇନସପେକ୍ଟର ସତ୍ୟବ୍ରତ ସେନ ଓ ପୋଲିସ ଅଧିକାରୀ ସାମିଲ ଥିଲେ।