ବୌଦ୍ଧ – ବୌଦ୍ଧଜିଲାର ସ୍ୱାଧୀନତା ସଂଗ୍ରାମୀ ବନମାଳୀ ସେଠୀଙ୍କ ବାଉଁଶୁଣୀସ୍ଥିତ ତାଙ୍କ ବାସଭବନଠାରେ ମଙ୍ଗଳବାର ଅପରାହ୍ନରେ ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୯୬ବର୍ଷ ହୋଇଥିଲା । ସ୍ୱର୍ଗତ ସେଠୀ ବୌଦ୍ଧରେ ପ୍ରଜାମଣ୍ଡଳ ଆନେ୍ଦାଳନ ସହିତ ବି୍ରଟିଶ ସରକାର ବିରୋଧରେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ । ତାଙ୍କରି ମୃତୁ୍ୟ ଖବର ପ୍ରଚାରିତ ହେବାପରେ ଅଞ୍ଚଳର ଅନେକ ବୁଦ୍ଧିଜିବୀ ଓ ସାଧାରଣଲୋକ ତାଙ୍କର ଶେଷ ଦର୍ଶନ କରିଥିଲେ । ଜିଲଳପାଳ ଲଲାଟେନ୍ଦୁ ମିଶ୍ର ସ୍ୱାଧୀନତା ସଂଗ୍ରାମୀ ବନମଳୀଙ୍କ ମୃତୁ୍ୟ ଜିଲଳ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ପ୍ରକାଶ କରିବା ସହିତ ଗଭୀର ଶୋକ ପ୍ରକାଶ କରିଛନ୍ତି । କାର୍ଯ୍ୟରେ ବୌଦ୍ଧରେ ଅନୁପସ୍ଥିତ ଥିବା ଜିଲାପାଳ ଶ୍ରୀମିଶ୍ର ବନମାଳୀଙ୍କ ପରଲୋକ ସୂଚନା ପାଇବା ପରେ ଉପଜିଲାପାଳ ଏନସି ଜ୍ୟୋତିରଞନ ନାଏକ ଓ ବିଡିଓ ଅଶ୍ୱନୀ କୁମାର ମେହେରଙ୍କୁ ପଠାଇ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ପ୍ରତି ଜିଲାପ୍ରଶାସନ ପକ୍ଷରୁ ସମବେଦନା ଓ ଶ୍ରଦ୍ଧାଞଳୀ ଜ୍ଞାପନ କରିଥିବା ଜଣାଯାଇଛି । ସ୍ୱାଧୀନତା ସଂଗ୍ରାମୀ ବନମାଳୀଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ମହାନଦୀ ଶ୍ମଶାନ ଘାଟ ପର୍ଯ୍ୟନ୍ତ ନିଆଯାଇ ଶେଷକୃତ୍ୟ ସଂପର୍ଣ୍ଣ କରାଯାଇଥିବା ଜଣାଯାଇଛି । ତାଙ୍କର ଜ୍ୟେÂପୁତ୍ର ଶ୍ରୀବତ୍ସ ସେଠୀ ମୁଖାଗ୍ନି ପ୍ରଦାନ କରିଥିଲେ ।
Related Stories
November 23, 2024