ନୂଆଦିଲ୍ଲୀ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ନୂଆଦିଲ୍ଲୀ ଠାରେ ତିନିଦିବସୀୟ ୱାଡା ଆଥଲେଟିକ ବାୟୋଲଜିକାଲ ପାସପୋର୍ଟ ଆଲୋଚନାଚକ୍ର- ୨୦୨୨ର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଏହି ଆଲୋଚନାଚକ୍ର ଜାତୀୟ ଡୋପିଂ ନିରୋଧୀ ସଂସ୍ଥାନ (ନାଡା) ଓ ଜାତୀୟ ଡୋପ ପରୀକ୍ଷଣ ଗବେଷଣାଗାର (ଏନଡିଟିଏଲ) ଦ୍ୱାରା ଆୟୋଜିତ ହୋଇଛି । କ୍ରୀଡା ସଚିବ ଶ୍ରୀମତୀ ସୁଜାତା ଚତୁର୍ବେଦୀ, ଜାତୀୟ ଡୋପିଂ ନିରୋଧୀ ସଂସ୍ଥାନର ମହାନିର୍ଦ୍ଦେଶକ ସୁଶ୍ରୀ ରିତୁ ସାଇଁ, (ଆଥଲେଟ ବାୟୋଲଜିକଲ ପାସପୋର୍ଟ) ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥାନର ସହଯୋଗୀ ନିର୍ଦ୍ଦେଶକ ଡଃ ରିଡ ଆଇକିନ, ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥାନର ଏସିଆ/ଓସିଏନିଆ କାର୍ଯ୍ୟାଳୟ ନିର୍ଦ୍ଦେଶକ ଶ୍ରୀ କାଜୁଗିରୋ ହୟାଶି ଓ ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥାନର ବରିଷ୍ଠ ପ୍ରବନ୍ଧକ ଡଃ ନୋବର୍ଟ ବାମେ ଏହି ଅବସରରେ ଉପସ୍ଥିତ ଥିଲେ ।