
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସମ୍ବନ୍ଧୀୟ କ୍ୟାବିନେଟ୍ କମିଟି ସରକାରୀ – ଘରୋଇ – ଭାଗୀଦାରୀତା (ପିପିପି) ମୋଡରେ ଟୁନା – ଟେକରା, ଦୀନଦୟାଲ ବନ୍ଦର ଠାରେ କଂଟେନର ଟର୍ମିନାଲ୍କୁ ଅନ୍ ବିଲ୍ଡ, ଅପରେଟ୍ ଆଣ୍ଡ ଟ୍ରାନ୍ସଫର (ବିଓଟି) ଆଧାରରେ ବିକଶିତ କରିବା ନିମନ୍ତେ ଅନୁମୋଦନ ଦେଇଛନ୍ତି ।
୪୨୪୩ . ୬୪ କୋଟି ଟଙ୍କାର ଆନୁମାନିକ ବ୍ୟୟ ରିହାତି ଗ୍ରହଣକାରୀଙ୍କ ପକ୍ଷରୁ ହେବ ଏବଂ ସାଧାରଣ ବ୍ୟବହାରକାରୀ ମାନଙ୍କର ସୁବିଧାସୁଯୋଗର ବିକାଶ ନିମନ୍ତେ ଆନୁମାନିକ ବ୍ୟୟ ୨୯୬.୨୦ କୋଟି ଟଙ୍କା ରିହାତି ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ହେବ ।
ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଦ୍ୱାରା, ଏହା କଂଟେନର କାର୍ଗୋ ଯାତାୟତ କ୍ଷେତ୍ରରେ ଭବିଷ୍ୟତର ବିକାଶର ଆବଶ୍ୟକତାକୁ ସମ୍ପୂର୍ଣ୍ଣ କରିବ । ୨୦୨୫ରୁ ୧.୮୮ ମିଲିୟନ୍ ଟିଇୟୁର ଶୁଦ୍ଧ ବ୍ୟବଧାନ, ଯାହା ଟୁନା ଟେକରାରେ ଏକ ଅତ୍ୟାଧୁନିକ କଂଟେନର ଟର୍ମିନାଲ୍ ବିକଶିତ ହେବା ଫଳରେ ସମ୍ପୂର୍ଣ୍ଣ କରା ଯାଇପାରିବ । ଏହି ବନ୍ଦ କଂଟେନର ଟର୍ମିନାଲ୍ ରଣନୀତିପୂର୍ଣ୍ଣ ଭାବେ ଲାଭ ଦାୟକ ସାବ୍ୟସ୍ତ ହେବ, କାରଣ ଏହା ଦ୍ୱାରା ଭାରତର ଉତ୍ତର କ୍ଷେତ୍ରରେ (ଜାମ୍ମୁ ଏବଂ କାଶ୍ମୀର, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଏବଂ ରାଜସ୍ଥାନ)ର ବିଶାଳ ଆଭ୍ୟନ୍ତରୀଣ ଅଂଚଳ ଗୁଡିକର ଆବଶ୍ୟକତା ପୂରଣ ହୋଇ ପାରିବ । କାଣ୍ଡଲାର ବ୍ୟବସାୟିକ କ୍ଷମତାକୁ ବୃଦ୍ଧି କରିବା ସହିତ, ଏହି ପ୍ରକଳ୍ପ ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବ ଏବଂ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବ ।
ବିବରଣୀ : – ପ୍ରସ୍ତାବିତ ପ୍ରକଳ୍ପକୁ ଏକ ଅନ୍ତର୍ଜାତୀୟ ସ୍ତରର ପ୍ରତିଦ୍ୱନ୍ଦ୍ୱିତା ସମ୍ପନ୍ନ ନିଲାମ ପ୍ରକ୍ରିୟା ମାଧ୍ୟମରେ ଚୟନ କରା ଯାଇଥିବା ଏକ ଘରୋଇ ଡେଭଲପର / ବିଲ୍ଡ ଅପରେଟ ଆଣ୍ଡ ଟ୍ରାନ୍ସଫର (ବିଓଟି) ଅପରେଟର ଦ୍ୱାରା ବିଓଟି ଆଧାରରେ ବିକଶିତ କରିବା ନିମନ୍ତେ ପ୍ରସ୍ତାବ ରହିଛି । ରିହାତି ଗ୍ରହଣକାରୀ (ବିଓଟି ଅପରେଟର) ଏବଂ ରିହାତି ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କ (ଦୀନଦୟାଲ ବନ୍ଦର) ଦ୍ୱାରା ନିଷ୍ପାଦିତ କରା ଯିବାକୁ ଥିବା ରିହାତି ରାଜିନାମା (ସିଏ) ଅନୁସାରେ ୩୦ ବର୍ଷର ଅବଧି ନିମନ୍ତେ ନିର୍ଦ୍ଧାରିତ କାର୍ଗୋର ଡିଜାଇନ୍, ଇଞ୍ଜିନିୟରିଂ, ଅର୍ଥ ବ୍ୟବସ୍ଥା, କ୍ରୟ, କାର୍ଯ୍ୟନ୍ୱୟନ କମିଶନ, ସଂଚାଳନ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ରିହାତି ଗ୍ରହଣକାରୀ ଦାୟୀ ରହିବେ । ରିହାତି ପ୍ରଦାନକାରୀ କର୍ତ୍ତୃପକ୍ଷ ସାଧାରଣ ସହାୟକ ଭିତ୍ତିଭୂମି, ଯେମିତିକି ସାଧାରଣ ପ୍ରବେଶ ଚ୍ୟାନେଲ ଏବଂ ସାଧାରଣ ରାସ୍ତା ନିମନ୍ତେ ଦାୟୀ ରହିବେ ।
– ଏହି ପ୍ରକଳ୍ପରେ ୪୨୪୩.୬୪ କୋଟି ଟଙ୍କାର ବ୍ୟୟ ସହିତ ସମ୍ବନ୍ଧିତ ସମସ୍ତ ସୁବିଧା ଗୁଡିକ ସମେତ ଏକା ସମୟରେ ତିନୋଟି ଜାହାଜକୁ ଧରି ରଖିବାର ଅପତଟୀୟ ବର୍ଥିଂ ସଂରଚନାର ନିର୍ମାଣ ଏବଂ ୨.୧୯ ମିଲିୟନ୍ ଟିଇୟୁ ପ୍ରତି ବର୍ଷ ନିମନ୍ତେ କ୍ଷମତା ଅନ୍ତର୍ଭୁକ୍ତ ଅଟେ ।
– ଆରମ୍ଭରୁ , ଏହି ପ୍ରକଳ୍ପ ୬୦୦୦ ଟିଇୟୁର ୧୪ ମିଟର ଜାହାଜ ଗୁଡିକୁ ସୁବିଧା ପ୍ରଦାନ କରିବ ଏବଂ ସେହି ଅନୁସାରେ, ରିହାତି ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ସାଧାରଣ ପ୍ରବେଶ ଚ୍ୟାନେଲ୍କୁ ୧୪ ମିଟର କଂଟେନର ଜାହାଜ ଗୁଡିକୁ ୨୪ ଘଂଟା ନେଭିଗେଟ୍ କରିବା ପାଇଁ ୧୫.୫୦ ମିଟର ଉପରେ ଡ୍ରେଜ୍ ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ସୁବିଧା ପ୍ରଦାନ କରାଯିବ । ରିହାତି ଅବଧି ସମୟରେ, ରିହାତି ଗ୍ରହଣକାରୀଙ୍କୁ ନିଜର ଆପ୍ରୋଚ୍ ଚ୍ୟାନେଲ୍, ବର୍ଥ ପ୍ୟାକେଟ୍ ଏବଂ ଟର୍ଣ୍ଣିଂ ସର୍କଲକୁ ଗଭୀର / ଚଉଡା କରି ୧୮ ମିଟର ଡ୍ରାଫ୍ଟ ପର୍ଯ୍ୟନ୍ତ ଜାହାଜ ଗୁଡିକୁ ଧରି ରଖିବା ପାଇଁ ସ୍ୱତନ୍ତ୍ରତା ରହିବ । ଆକ୍ସେସ୍ ଚ୍ୟାନେଲ୍ର ଚିଠା ପ୍ରସ୍ତାବରେ ମୂଲ୍ୟ ଆବଂଟନ ନେଇ ପ୍ରସ୍ତାବ ଦିଆଯିବା ସମୟରେ ରିହାତି ପ୍ରଦାନକାରୀ କର୍ତ୍ତୃପକ୍ଷ ଏବଂ ରିହାତି ଗ୍ରହଣକାରୀଙ୍କ ମଧ୍ୟରେ ବୁଝାମଣା ଆଧାରରେ ବୃଦ୍ଧି କରା ଯାଇପାରେ ।