ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତେଲରାଇ ପଞ୍ଚାୟତ ଅଧିନସ୍ଥ ଜାକଲଗୁଣ୍ଡି ଗ୍ରାମରେ ଦୀର୍ଘ ବର୍ଷ ହେଲା ପାନୀୟ ଜଳ ସମସ୍ୟା ଲାଗି ରହିଛି!ପାନୀୟ ଜଳ ସମସ୍ୟା ର ସମାଧାନ ପାଇଁ ଆଜି ଗ୍ରାମର ଶତାଧିକ ମହିଳା ସେମାନଙ୍କ ସମସ୍ୟା ଜଣାଇବା ପାଇଁ କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ଯାଳୟକୁ ଆସିଥିଲେ ହେଲେ ବିଡ଼ିଓ ଉମାଶଙ୍କର ଦଳାଇ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର ବେହେରା ଙ୍କୁ ଲିଖିତ ଭାବେ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ! ମହିଳା ଙ୍କ ଠାରୁ ସେମାନଙ୍କ ସମସ୍ୟା ଶୁଣିବା ପରେ ତୁରନ୍ତ ତେଲରାଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଗ୍ରାମ୍ଯ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ଜ ଣାଇ ଥିଲେ!ପ୍ରକାଶ ଥାଉକି ଗ୍ରାମରେ ୧୦୦ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି, ଗ୍ରାମରେ ଥିବା ନଳକୂପ ରୁ ବାହାରୁ ଥିବା ପାଣି ନିତ୍ୟ ବ୍ୟବହାର କାମରେ ଲାଗୁଥିଲା ବେଳେ ପାନୀୟ ଜଳ ପାଇଁ ଅନୁପଯୁକ୍ତ ଅଟେ,ଫଳରେ ଗ୍ରାମବାସୀ ମାନେ ବାଧ୍ୟ ହୋଇ ନିକଟସ୍ଥ ନାଳ ଓ ପୋଖରୀରୁ ଜଳ ଆଣି ପିଉଛନ୍ତି,!ଏହି ଦୂଷିତ ପାଣି ପିଇ ଅଧିକାଂଶ ସମୟରେ ଜ୍ବର ଓ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ନଜିର ରହିଛି, ଗ୍ରାମରେ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ବାଗା ମାଡକାମୀ, କୁନି ମାଡକାମୀ, ମୁନି କବାସି,ବାଗା କବାସି, ମିନା କବାସି, ମୁକ୍ତା କବାସି, ଯୋଗୀ ପଡିଆମୀ ପ୍ରମୁଖ ଦାବି କରିଛନ୍ତି!
Related Stories
November 1, 2024