କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ଗ୍ରାମର ଶ୍ରୀ ଶ୍ରୀ ମଦନ ମୋହନ ଦେବଙ୍କ ପ୍ରାଙ୍ଗଣରେ ପ୍ରତିବର୍ଷ ପରି ଚଳିତ ବର୍ଷ ସପ୍ତାଦିନାତ୍ମକ ଶ୍ରୀମଦ ଭାଗବତ ମହାପୁରାଣ ପାରାୟଣ ପ୍ରବଚନ ଜ୍ଞାନଯଜ୍ଞ ଆରମ୍ଭ ହୋଇଛି | କଥାବ୍ୟାସ ପ୍ରଵାଚକ ପଣ୍ଡିତ ଶ୍ରୀ ରାମ ନିରଞ୍ଜନ ଦାସଜୀ ମହାରାଜ ପ୍ରଥମ ଦିବସରେ ପ୍ରଥମ ସ୍କନ୍ଦ ବ୍ୟାଖ୍ୟା କରିଥିଲେ |
ପ୍ରବଚନ ମାଧ୍ୟମରେ ଭାଗବତ ମାହାତ୍ମ୍ୟ,ସୁତ ସୌନକ ସମ୍ବାଦ କୁନ୍ତୀ ସ୍ତୁତି ଏବଂ ପରୀକ୍ଷିତଙ୍କୁ ଅଭିଶାପ, ଶୁକ ଦେବ ଆଗମନ ପ୍ରମୁଖ ବିଷୟରେ ବ୍ୟାଖ୍ୟା କରିଥିଲେ |
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋ ସେବକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଏବଂ ବୈଦିକ ବ୍ରାହ୍ମଣ ସଂଗ୍ରାମ କେଶରୀ ଶତପଥି ମଞ୍ଚାସିନ ଥିଲେ |ଏହି କାର୍ଯ୍ୟକ୍ରମର ପୁରୋଧା ପଣ୍ଡିତ ଗୋପାଳ କୃଷ୍ଣ ଦାସଜୀ ମହାରାଜ,ପରାୟଣ ବ୍ୟାସ ପୁରୀ ତୋଟା ଗୋପୀନାଥ ମଠର ଶ୍ରୀ ପିତବାସ ଶୁକ୍ଲା, ଶ୍ରୀ ଶ୍ରୀ ମଦନ ମୋହନ ଦେବଙ୍କ ପୂଜକ ପଞ୍ଚୁ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ |
ବରପୁଟ ଗ୍ରାମର ବୁଦ୍ଧେଶ୍ୱର ପଣ୍ଡା,ଜୟପ୍ରକାଶ ମିଶ୍ର, ହରିବନ୍ଧୁ ପଣ୍ଡା, ଜଗନ୍ନାଥ ପଣ୍ଡା,ସଂକୀର୍ତନ ଗାୟକ ନରୋତ୍ତମ ପଣ୍ଡା, ବୈଦିକ ବ୍ରାହ୍ମଣ ଲଛମନ ପଣ୍ଡା, ପାଲା ଗାୟକ ବିଜୟ ଦାସ , ଶିକ୍ଷକ ବିଜୟ ମହାନ୍ତି,ଗୁରୁବାରୀ ପଣ୍ଡା,ପ୍ରଶାନ୍ତ କୁମାର ମହାନ୍ତି ଏବଂ ବରପୁଟ ଗ୍ରାମର ଭାଗବତ ପ୍ରେମୀମାନେ ଉପସ୍ଥିତ ଥିଲେ |