
ପୁରୀ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ବାଳକ ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟ ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଛି। ଏହାକୁ ଓଡ଼ିଶାର ମାନ୍ୟବର କ୍ରୀଡା ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ପ୍ରଥମ କରି ପୁରୀ ଜିଲ୍ଲା ରେ ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଥିବାରୁ ସେ ଖୁସି ହେବା ସହ ପିଲାମାନଙ୍କୁ ଖେଳର ମହତ୍ଵ ବିଷୟରେ କ଼ହି ଉତ୍ସାହିତ କରିଥିଲେ ।
ଦିନ ସକାଳ ୧୦ ଘଟିକା ସମୟରେ ପୁରୀ ସିଂହଦ୍ଵାର ଠାରୁ ସମବେତ କ୍ରୀଡାବିତ୍ ମାନଙ୍କ ଦ୍ବାରା ଆୟୋଜିତ ଏକ ଜନଜାଗରଣ ଶୋଭାଯାତ୍ରା ବାହାରି ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପରିଚାଳିତ ହୋଇଥିଲା । ଏହାକୁ ପୁରୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡଙ୍ଗୀ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ । ବିଭିନ୍ନ ବ୍ଲକରୁ ଆସିଥିବା ସମୁଦାୟ ୨୭୦ କ୍ରୀଡାବିତ୍ ଓ ୫୦ ରୁ ଅଧିକ କ୍ରୀଡା ଶିକ୍ଷକ ଏଥିରେ ଅଂଶଗ୍ରହଣ କରିଥିଲେ।
ଏହି ଉଦ୍ଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷାଧିକାରୀ ଡଃ ବିଶ୍ବଜିତ ଘୋଷ୍, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ହିମାଂଶୁ ଭୂଷଣ ସମରଥା,ଗୋପ ଓ ସତ୍ୟବାଦୀ ବ୍ଲକର ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସୁଶୀଲ କୁମାର ବ୍ରହ୍ମା ଓ ଶ୍ରୀମତୀ ଭବମ୍ ପ୍ରଧାନ , ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ, ପୁରୀ, ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ବିଶ୍ବାଳ ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ। ମାନ୍ୟବର ବିଧାୟକ, ପୁରୀ, ଶ୍ରୀଯୁକ୍ତ ଷଡଙ୍ଗୀ ପ୍ରଥମ କିକ୍ ମାରି କ୍ରୀଡା ଆରମ୍ଭ କରିଥିଲେ। ପ୍ରଥମ ବାଳିକା ମ୍ୟାଚ ସତ୍ୟବାଦୀ ଓ କଣାସ ମଧ୍ୟରେ ଖେଳା ଯାଇଥିଲା। ଶିକ୍ଷକ ଶ୍ରୀ ବିଦ୍ୟାଧର ମିଶ୍ର ମଞ୍ଚ ପରିଚାଳନା କରିଥିଲେ ।