
ଭୁବନେଶ୍ୱର,କିମ୍ବଦନ୍ତୀ ଗାୟକ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଂଜଳି ଜଣାଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ – ଓଡ଼ିଶାର କିମ୍ବଦନ୍ତୀ ଗାୟକ, ସଙ୍ଗୀତଜ୍ଞ ତଥା ଶତାଧିକ ଓଡ଼ିଆ ଗଳ୍ପ, କବିତା, ଗୀତ, ଉପନ୍ୟାସର ଅନନ୍ୟ ସ୍ରଷ୍ଟା ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ସମାଜର ସମସାମୟିକ ସ୍ଥିତି ଓ ବାସ୍ତବ ଚରିତ୍ରକୁ ନେଇ ସଂଗୀତ ରଚନା ସହ ପରିବେଷଣ ଶୈଳୀ ଏବଂ ଓଡ଼ିଆ ସାହିତ୍ୟରେ ତାଙ୍କ କାଳଜୟୀ ସୃଜନ ସୃଷ୍ଟି ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।
ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, କିମ୍ବଦନ୍ତୀ ଗାୟକ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରଦ୍ଧାଂଜଳି ଜଣାଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ – ଆଧୁନିକ ଓଡ଼ିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟକ ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କର ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ।