
ଭୁବନେଶ୍ୱର, ବ୍ଲାକ୍ ମେଲର ଅର୍ଚ୍ଚନା ନାଗ୍ ମାମଲାରେ କଂଗ୍ରେସର ବରିଷ୍ଠ ବିଧାୟକ ନେଇ ସନ୍ତୋଷ ସିଂ ସାଲୁଜାଙ୍କ ବଡ଼ ବକ୍ତବ୍ୟ ଦେଇଥଛନ୍ତି । ସେ କହିଛନ୍ତି ଯେ ଅର୍ଚ୍ଚନା ସତ ପଦାକୁ ଆସିଲେ ସରକାର ଭାଙ୍ଗିଯିବ ।
ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ ସାଲୁଜା କହିଛନ୍ତି ଯେ ରାଜ୍ୟ ସରକାର ଲାପଟପ୍ ଓ ମୋବାଇଲର ସତ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ବିଜେଡି ନେତା ମାନେ ସଫା ପୋଷାକ ପିନ୍ଧି ଘୃଣିତ କାର୍ଯ୍ୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି ଯେ ଏହି ମାମଲାରେ ବିଜେଡି ବିଧାୟକ, ମନ୍ତ୍ରୀ ଓ ଅଫିସରଙ୍କ ସମ୍ପୃକ୍ତି ରହିଛି । ଅର୍ଚ୍ଚନାଙ୍କ ବେଆଇନ ସମ୍ପତ୍ତି ଜବତ ସହ ମୋବାଇଲ, ଲାପଟପର ରହସ୍ୟ ପଦାକୁ ଆସିବା ଆବଶ୍ୟକ ବୋଲି ସେ କହିଛନ୍ତି । ସେ ଏହି ମାମଲାର ଏସଆଇଟି ସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।