ବଲାଙ୍ଗିର, ବାହାର ରାଜ୍ୟକୁ ଚାଲାଣ ବେଳେ ଗତକାଲି ସଂନ୍ଧ୍ୟାରେ୧୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ଖପ୍ରାଖୋଲ ପୋଲିସ । ଉଦ୍ଧାର ଶ୍ରମିକ ମାନଙ୍କ ମଧ୍ୟରେ ୫ ଜଣ ଶିଶୁ ରହିଥିବା ଜଣାପଡିଛି । ବରଗଡ଼ ଜିଲ୍ଲା ପଦମପୁର ଭାନପୁର ଅଂଚଳର ଇଟା ଶ୍ରମିକ ମାନଙ୍କୁ ଏକ ବୋଲେରୋ ଗାଡିରେ ଆନ୍ଧ୍ରପ୍ରଦେଶ ନିଆଯାଉଥିବା ବେଳେ ଧଣ୍ଡାମୁଣ୍ଡା ହାଇସ୍କୁଲ ଛକ ନିକଟରେ ପୋଲିସ ସମ୍ପୃକ୍ତ ବୋଲେରୋ ଗାଡିକୁ ଅଟକାଇଥିଲା । ଯାଂଚ୍ ବେଳେ ଦାଦନ ଶ୍ରମିକ ଚାଲାଣ କଥା ସାମ୍ନାକୁ ଆସିଥିଲା । ଗାଡିରୁ ୧୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲା ପୋଲିସ । ଘଟଣାରେ ଦାଦନ ସର୍ଦ୍ଦାର ବେଲପଡା ଥାନା ଅଂଚଳର ବିଶ୍ଵନାଥ ତାଣ୍ଡିକୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତକୁ ଆଜି କୋର୍ଟଚାଲାଣ କରାଯାଇଛି । ସେହିପରି ଗାଡି ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି ପୋଲିସ । ଖପ୍ରାଖୋଲ ଥାନା ପକ୍ଷରୁ ଏ ସଂକ୍ରାନ୍ତରେ ୧୬୩/୨୨ ରେ ଏକ ମାମଲା ରୁଜ୍ଜୁ ହୋଇଛି ।
Related Stories
November 23, 2024