ଗଞ୍ଜାମ, ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ କର୍ତୃପକ୍ଷଙ୍କ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଅଧିକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । ପ୍ରାୟ ଦେଢ଼ ମାସ ହେଲା ବନ୍ଦ ହୋଇ ପଡିଥିବା ପି.ଏମ.ଏସ.ଏସ.ୱାଇ., ସୁପର ସ୍ପେଶାଲିଷ୍ଟ ବ୍ଲକ ର ଅପରେସନ ଥିଏଟର (ଓଟି) କମ୍ପେ୍ଲକ୍ସକୁ ଆଜି ଠାରୁ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତି ନିଆଯାଇଛି । ସେହିପରି ହାଉସ୍ ସର୍ଜନ ଓ ନର୍ସିଂ ଅଫିସରଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦର ଆପୋଷ ସମାଧାନ ହୋଇଛି । ମେଡ଼ିକାଲ ପରିସରରେ ପାର୍କିଂ ସୁବିଧା ଓ ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ଏମକେସିଜିର ଉପଅଧିକ୍ଷକ ଡା. କିରଣ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।
Related Stories
November 23, 2024