ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅମିତାଭ ବଚ୍ଚନଙ୍କୁ ତାଙ୍କ ୮୦ ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଅମିତାଭ ବଚ୍ଚନ ହେଉଛନ୍ତି ଭାରତର ଅନ୍ୟତମ ଉଲ୍ଲେଖନୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଯିଏ କି ସବୁ ପୀଢିର ଦର୍ଶକଙ୍କୁ ଆକର୍ଷିତ କରିବା ସହିତ ମନୋରଞ୍ଜନ ଯୋଗାଇଥାନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ଅମିତାଭ ବଚ୍ଚନ ଜୀଙ୍କୁ ତାଙ୍କ ୮୦ ତମ ଜନ୍ମଦିନର ଶୁଭେଚ୍ଛା । ସେ ହେଉଛନ୍ତି ଭାରତର ଅନ୍ୟତମ କିମ୍ବଦନ୍ତୀ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଯିଏକି ସବୁ ପୀଢିର ଦର୍ଶକଙ୍କୁ ଆକର୍ଷିତ କରିବା ସହିତ ମନୋରଞ୍ଜନ ଯୋଗାଇଥାନ୍ତି । ସେ ଏକ ଦୀର୍ଘ ଏବଂ ସୁସ୍ଥ ଜୀବନଯାପନ କରନ୍ତୁ ।”