
ସୁବର୍ଣ୍ଣପୁର,ଫିଫା ଆନୁକୂଲ୍ୟରେ ତଥା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗର ମିଳିତ ସହଯୋଗରେ ଜିଲ୍ଳାସ୍ତରୀୟ ୧୭ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବର୍ଗରେ ଚିତ୍ତାକର୍ଷକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୨ ରୁ୧୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସୋନପୁର ସ୍ଥିତ ରୋୟାଲ ପଡିଆରେ ଅନୁଷ୍ଠିତ ହେବ। ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଭୟ ବର୍ଗରେ ଖେଳ ପ୍ରତ୍ୟହ ସକାଳ ୯ ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲୁରହିବ। ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ସମାରୋହ ତଥା ପ୍ରଥମ ମ୍ୟାଚ ଆସନ୍ତାକାଲି ସକାଳ ୧୦ ଟା ସମୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ୧୭ ତାରିଖରେ ଉଭୟ ବର୍ଗର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଏଣୁ ଜିଲ୍ଲାର ଖେଳପ୍ରେମୀ, ଦର୍ଶକ, ଜନସାଧାରଣ ପ୍ରମୁଖ ବହୁସଂଖ୍ୟାରେ ଯୋଗଦାନ କରି ଖେଳ ଓ ଖେଳାଳୀଙ୍କୁ ଉତ୍ସାହିତ କରିବାକୁ ପ୍ରଶାସନ ତରଫରୁ ବିଶେଷ ଅନୁରୋଧ କରାଯାଇଛି।