- 
ଜିଲ୍ଲା ସ୍ତରୀୟ ଟୋକେନ୍ ବ୍ୟବସ୍ଥା କରାଯାଉ
 
ଜୟପୁର  – ଜୟପୁରରେ ଧାନ ବିକି୍ର ପାଇଁ ଅନଲାଇନ ଟୋକେନ ବ୍ୟବସ୍ଥାକୁ ବିରୋଧ କରି ଚାଷୀମାନେ ଏକତ୍ରିତ ହୋଇଛନ୍ତି । ଏହି ଟୋକେନ ବ୍ୟବସ୍ଥା ରାଜ୍ୟସ୍ତରୀୟ କରାନଯାଇ ଜିଲା ସ୍ତରୀୟ କରିବାକୁ ସେମାନେ ଦାବୀ କରିଛନ୍ତି ।  ବୁଧବାର ଜୟପୁର ଆରଏମସି  ପରିସରରେ  ଚାଷୀ ମନୋଜ ପାତ୍ରଙ୍କ ଆହ୍ୱାନରେ  ବହୁ ଚାଷୀ ଏକତ୍ରିତ ହୋଇଥିଲେ ।  ଖରିଫ ଧାନ ବିକ୍ରୟ ସକାଶେ ରାଜ୍ୟ ସ୍ତରିୟ ଟୋକେନ ବ୍ୟବସ୍ଥା ଦ୍ୱାରା ଚାଷୀ ବହୁ ହଇରାଣ ଓ କ୍ଷତିଗ୍ରସ୍ତ ହେବେ । ତେଣୁ ସରକାର ତୁରନ୍ତ ଟୋକେନ ବ୍ୟବସ୍ଥା ଉଚ୍ଛେଦ କରନ୍ତୁ ।  ତୁରନ୍ତ ଧାନ ମଣ୍ଡି ଆରମ୍ଭ କରି ଧାନ କ୍ରୟ କରାଯାଉ, ଧାନ ମଣ୍ଡିରେ ହିଁ ଭେଣ୍ଡର ରସିଦ ଦେବାର ବ୍ୟବସ୍ଥା କରାଯାଉ, ଜଳ ସେଚିତ ଓ ଅଣ ଜଳ ସେଚିତ ଜମିରେ ଉପôାଦିତ ଧାନ ବିକ୍ରି ତାରତମ୍ୟ ଉଛେଦ କରାଯାଉ ଓ ଧାନ ମଣ୍ଡି  ଗୁଡିକର ଭିତିି ଭୂମିର ଉନ୍ନତି କରିବାକୁ ଚାଷୀମାନେ ଦାବି କରିଛନ୍ତି । ଏହି ସମାବେଶରେ ଜୟପୁର ଉପଖଣ୍ଡର କୁନ୍ଦୁରା, ବୈପାରିଗୁଡା, ବୋରିଗୁମ୍ମା, କୋଟପାଡର ଓ ଜୟପୁରର ଚାଷୀମାନେ  ଉପସ୍ଥିତ ରହିଥିଲେ ।
ସୂଚନାଯୋଗ୍ୟ ଯେ ଗତ ୧୫ ତାରିଖରେ   ଖରିଫ ମଣ୍ଡି  ଉଦଘାଟିତ ହୋଇଛି । ଜିଲାପାଳ ମଧୁ ସୁଦନ ମିଶ୍ର ଏହି ମଣ୍ଡି କୁ ଉଦଘାଟିତ କରିଥିଲେ । ୨୦୧୯-୨୦ ଆର୍ଥକ ବର୍ଷ ଖରିଫ ଋତୁ ନିମନ୍ତେ ଜିଲ୍ଲାରୁ  ମୋଟ ୧୩ ଲକ୍ଷ ୫୩ ହଡାର କ୍ୱୁଇଂଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । ଏହି ଧାନ ସଂଗ୍ରହ ଲାଗି ଜୟପୁର ଉପଖଣ୍ଡରେ ୬୫ ଓ କୋରାପୁଟ ଉପଖଣ୍ଡରେ ୨୬ଟି ମଣ୍ଡି ମୋଟ ୯୧ଟି ମଣ୍ଡି ରେ ଧାନ ସଂଗ୍ରହ ହେବାନେଇ ପ୍ରଶାସନ ପ୍ରସ୍ତୁତି ଚଳାଇଛି । ସରକାର ଚଳିତ ବର୍ଷ  ଧାନ ପ୍ରତି କ୍ୱିଇଂଟାଲ ପିଛା ୧୮୧୫ ଟଙ୍କା ରଖିଥିବା ବେଳେ ପ୍ରଶାସନ ଚାଷୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ନକେଲେ ଚାଷୀମାନେ ଅଭାବି ବିକ୍ରିର ଶିକାର ହେବା ଆଶଙ୍କା ଦେଖାଯାଇଛି ।
 ଚାଷୀମାନେ ଟୋକେନ ବ୍ୟବସ୍ଥା କୁ ବିରୋଧ କରି ଆଗରୁ ଯେପରି ଧାନ କିଣାଯାଉଥିଲା ସେପରି କରାଯାଉ, ମଣ୍ଡିକୁ ଚାଷୀ ଧାନ ଆଣିଲେ ତାହା କିଣାଯାଉ, କଟନି ଛଟନି ବନ୍ଦ କରାଯାଉ, ଏଫଏକୁ୍ୟ ଯାଂଚ ଆଳରେ ଚାଷି କୁ ହଇରାଣ କରାନଯାଉ,  ଜଳ ସେଚିତ  ୧୯  କ୍ୱିଇଂଟାଲ ଓ ଅଣସେଚିତ ଜମି ୧୩ କ୍ୱିଇଂଟାଲ ଧାନ କିଣିବାକୁ ପ୍ରସାଶନ ନିଷ୍ପତି ନେଇଛି । ଏହାକୁ ଚାଷି ମାନେ ବିରେଧ କରିଛନ୍ତି । ବର୍ଷା ଦିନେ ଜଳ ସେଚିତ ଓ ଅଣ ଜଳ ସେଚିତ କଣ ବୋଲି ପ୍ରଶ୍ନ କରିଛନ୍ତି । ଆନାଲିସେସ ମେସିନ  ଆଣି କାଟ  ଛାଟ କରୁଛନ୍ତି । ତେଣୁ ମଟର ଚାଳିତ ମେସିନ ମଣ୍ଡିରେ ଲଗାନ୍ତୁ ।  ସେବୁ ଦାବୀ ପୁରଣ ନହେଲେ ଆଇନ ହାତକୁ ନେବା ସହ ରାଜ ରାସ୍ତା ବନ୍ଦ କରିବାକୁ ଚେତାବନି ଦେଇଚନ୍ତି । ଏନେଇ ଚାଷୀମାନେ ଉପ ଜିଲାପାଳ ଙ୍କୁ ଏକ ଦାବୀ ପତ୍ର ଦେଇଛନ୍ତି ।
 ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ଖରିଫ ଧାନ ବିକ୍ରୟ ସକାଶେ ରାଜ୍ୟ ସ୍ତରୀୟ ଟୋକେନ ବ୍ୟବସ୍ଥା ଦ୍ୱାରା ଚାଷୀ ବହୁ ହଇରାଣ ଓ କ୍ଷତିଗ୍ରସ୍ତ ହେବ । ତେଣୁ ସରକାର ତୁରନ୍ତ ଟୋକେନ ବ୍ୟବସ୍ଥା ଉଛେଦ କରାଯାଉ । ତୁରନ୍ତ ଧାନ ମଣ୍ଡି ଆରମ୍ଭ କରାଯାଉ, ଧାନ କ୍ରୟ କରାଯାଉ, ଧାନ ମଣ୍ଡିରେ ହିଁ ଭେଣ୍ଡର ରସିଦ ଦେବାର ବ୍ୟବସ୍ଥା କରାଯାଉ, ଜଳ ସେଚିତ ଓ ଅଣ ଜଳ ସେଚିତ ଜମିରେ ଉପôାଦିତ ଧାନ ବିକ୍ରି ତାରତମ୍ୟ ଉଛେଦ କରାଯାଉ ଓ ଧାନ ମଣ୍ଡି  ଗୁଡିକର ଭିତିଭୂମିର ଉନ୍ନତି କରାଯାଉ ।
ଆଜିର  ବୈଠକରେ  ନରେନ୍ଦ୍ର ପ୍ରଧାନ, ଜୟନ୍ତ ପଟ୍ଟନାୟକ , ଝାଡେଶ୍ୱର ସାହୁ, ସ୍ୱରୁପ ସ୍ତ୍ରାନ୍ତ୍ରା, ରାଧା କାନ୍ତ  ଭଟ୍ଟ ପ୍ରମୁଖ ଉପସ୍ଥିତ ରହିଥିଲେ ।  ଗତ ୧୫ ତାରିଖରେ  ଖରିଫ ମଣ୍ଡି  ଉଦଘାଟିତ ହୋଇଛି । ଜିଲାପାଳ ମଧୁ ସୁଦନ ମିଶ୍ର ଏହି ମଣ୍ଡି କୁ ଉଦଘାଟିତ କରିଥିଲେ । ୨୦୧୯-୨୦ ଆର୍ଥକ ବର୍ଷ ଖରିଫ ଋତୁ ନିମନ୍ତେ ଜିଲାରୁ  ମୋଟ ୧୩ ଲକ୍ଷ ୫୩ ହଜାର କ୍ୱୁଇଂଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । ଏହି ଧାନ ସଂଗ୍ରହ ଲାଗି ଜୟପୁର ଉପଖଣ୍ଡରେ ୬୫ ଓ କୋରାପୁଟ ଉପଖଣ୍ଡରେ ୨୬ଟି ମଣ୍ଡି ମୋଟ ୯୧ଟି ମଣ୍ଡି ରେ ଧାନ ସଂଗ୍ରହ ହେବନେଇ ପ୍ରଶାସନ ପ୍ରସ୍ତୁତି ଚଳାଇଛି । ସରକାର ଚଳିତ ବର୍ଷ  ଧାନ ପ୍ରତି କ୍ୱିଇଂଟାଲ ପିଛା ୧୮୧୫ ଟଙ୍କା ରଖିଥିବା ବେଳେ ପ୍ରଶାସନ ଚାଷୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ନକେଲେ ଚାଷୀ ମାନେ ଅଭାବି ବିକ୍ରି  ଅସୁବିଧାର ସମ୍ମୁଖିନ ହେବା ଆଶଙ୍କା ଦେଖାଯାଇଛି ।
                            
                        
	                    