ଭୁବନେଶ୍ୱର, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମଙ୍ଗଳବାର ଏସ୍ଡିଜେଏମ୍ କୋର୍ଟରେ ଭିଡିଓ କନ୍ଫରେନସିଂ ଜରିଆରେ ହଜାର ହୋଇଛନ୍ତି । ପ୍ରଥମ ଦିନରେ ଦେବାଶିଷ ମହାପାତ୍ରଙ୍କୁ ସେ ନିଜର ଆଇନଜୀବୀ ଭାବେ ସ୍ପଷ୍ଟ କରିଛନ୍ତି । ଗତକାଲି ବେଲ୍ ଆବେଦନ କାଟ ହୋଇଥଲା । ନୂତନ ଭାବେ ଆଉଥରେ ଜାମିନ ଆବେଦନ କରାଯିବ । ତଳ କୋର୍ଟରେ ଜାମିନ ନହେଲେ ସେସନ୍ସ କୋର୍ଟରେ ଆବେଦନ ହେବ ।
ଅନ୍ୟପକ୍ଷରେ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଆଉ ଏକ ଅଭିଯୋଗ ଯୋଡି ହୋଇଛି । ଖଣ୍ଡଗିରି ଥାନାରେ ଗତ ୨ ତାରିଖରେ ଜଣେ ପୀଡ଼ିତା ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ସହ ସହଯୋଗୀ ଖଗେଶ୍ୱରର ନାଁ ରେ ଲିଖିତ ଅଭିଯୋଗ କରିଥିଲେ । ଚାକିରି ଦେବାକୁ କହି କେମିତି ଅର୍ଚ୍ଚନା ଓ ଜଗବନ୍ଧୁ ତାଙ୍କୁ ବ୍ଲାକମେଲିଂ କରିଥିଲେ ଓ ଏକ ପାର୍ଟିରେ ନିଶାଯୁକ୍ତ ମୃଦୁପାନୀୟ ଦେଇ ତାଙ୍କର ଅଶ୍ଳୀଳ ଭିଡିଓ ତିଆରି କରିଥିଲେ ବୋଲି ଲେଖିଛନ୍ତି । ଏମିତିକି ଅର୍ଚ୍ଚନା, ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱର ବିଭିନ୍ନ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରୁଥିବା ବି ସେ ସେଥିରେ ଉଲ୍ଲେଖ କରିଛନ୍ତି । ଗତ ଏପ୍ରିଲରେ ଅକ୍ଷୟ ପରିଜାଙ୍କ ନମ୍ବର ଦେଇ ପୀଡ଼ିତାଙ୍କୁ ତାଙ୍କ ସହ ଚାଟିଂ ପାଇଁ କହିଥିଲେ ଅର୍ଚ୍ଚନା । ଏହାପରେ ଅକ୍ଷୟ ପରିଜାଙ୍କୁ ଡକାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଆଉ ଉଭୟଙ୍କ ମିଳାମିଶାକୁ ଅର୍ଚ୍ଚନା ସୁଟିଂ କରି ପରେ ବ୍ଲାକମେଲ୍ କରିବା ଆରମ୍ଭ କରିଥିବା ନିଜ ଏଫଆଇଆରରେ ଉଲ୍ଲେଖ କରିଛନ୍ତି ପୀଡ଼ିତା ।