ଭୁବନେଶ୍ୱର, ବର୍ଜ୍ୟ ଜଳରୁ କୋଭିଡ ସ୍ଥିତି ଏବଂ ସଂକ୍ରମଣ ବଢିବାର ଆଶଙ୍କା ରହିଛି କି ନାହିଁ ସେ ବାବଦରେ ଜାଣିହେବ । ରାଜ୍ୟ ସରକାରଙ୍କ ସହଯୋଗରେ ଏନେଇ ଗବେଷଣା କରିବ ଆରଏମଆରସି । ଆଇସିଏମଆର ର ପରାମର୍ଶରେ ବିଭିନ୍ନ ରାଜ୍ୟରେ ଏହି ଗବେଷଣା ହେବାକୁ ଥିବା ବେଳେ ଓଡ଼ିଶାରେ ବି ବର୍ଜ୍ୟଜଳକୁ ନେଇ ଗବେଷଣା ହେବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ଆରଟିପିସିଆର ଟେଷ୍ଟ ଭଳି ଏହି ସାମ୍ପୁଲ ଟେଷ୍ଟ କରାଯିବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ ଓ ପୁରୀରେ ଏହି ଗବେଷଣା ଆରମ୍ଭ ହେବ । କେବଳ କୋଭିଡ୍ ନୁହେଁ, କଲେରା, ଜଣ୍ଡିସ ପରି ଅନ୍ୟ ରୋଗ ବାବଦରେ ବି ଏହି ଗବେଷଣାରୁ ତଥ୍ୟ ମିଳିବ । ଆଗୁଆ ତଥ୍ୟ ମିଳିପାରିଲେ ପ୍ରତିକାର କରିବାରେ ସହାୟକ ହେବ ।