
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଦୀର୍ଘ ଛଅ ମାସ ମଧ୍ୟରେ ସାଇକେଲ ରେ ଚାରି ଧାମ ଓ ୨୫ ଗୋଟି ରାଜ୍ୟ ଯାତ୍ରା କରି ଫେରିଥିବା କଟକ ଜିଲ୍ଲା ଫୁଲନଖରା ର ୨୬ ବର୍ଷୀୟ ଯୁବକ ଶ୍ରୀ ସତ୍ୟବ୍ରତ ଦାସ ଶେଷ ରେ ଆଜି ପୁରୀ ଧାମ ରେ ପହଞ୍ଚିଛନ୍ତି। ସେ ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ତାଙ୍କୁ ପୁରୀ ର ଦୁଇ ଯୁବ ସାମାଜିକ କର୍ମୀ ସତ୍ୟନାରାୟଣ ସାହୁ ଓ ଦେବରାଜ ଦାସ ପୁଷ୍ପଗୁଚ୍ଛ ଏବଂ ମହାପ୍ରଭୂ ଙ୍କ ଫଟୋ ଚିତ୍ର ଦେଇ ସମ୍ବୋଧିତ କରିଥିଲେ। ଶ୍ରୀ ଦାସ ସ୍ୱଚ୍ଛ ଓ ସବୁଜ ଭାରତ ଗଠନ ର ବାର୍ତ୍ତା ନେଇ ଏହି ସାଇକେଲ ଯାତ୍ରା କରିଥିବା ଗଣମାଧ୍ୟମ ଙ୍କୁ ସୂଚନା ଦେବାସହ ଯୁବ ପୀଢ଼ି ଙ୍କୁ ସାଇକେଲ ଚଳାଇ ସୁସ୍ଥ ରହିବାକୁ ଆହ୍ବାନ ଦେଇଥିଲେ। ଶ୍ରୀ ଦାସ ଙ୍କ ଚିନ୍ତାଧାରା ଙ୍କୁ ଦୁଇ ସାମାଜିକ କର୍ମୀ ଭୂୟସୀ ପ୍ରଶଂସା କରିବା ସହ ଯୁବକ ମାନେ ଏହି ଭଳି ପ୍ରୟାସ କରିବାକୁ ମଧ୍ୟ ଆହ୍ବାନ ଦେଇଛନ୍ତି। ଗତ ଏପ୍ରିଲ ମାସରେ ସେ ଏହି ସାଇକଲ ଯାତ୍ରା ଆରମ୍ଭ କରିଥିଲେ।