ଜାମ୍ମୁ,ପଞ୍ଜାବ, ରାଜସ୍ଥାନ, ଦିଲ୍ଲୀ, ହିମାଚଳ ପ୍ରଦେଶ ଓ ହରିଆଣା ପରେ ଓଡ଼ିଶା ଯୁବ ଚେତନା ସଂଗଠନ ପକ୍ଷରୁ ଭାଗବତ ଟୁଙ୍ଗି ଆରମ୍ଭ ହୋଇଛି। ଅନୁଷ୍ଠାନ ର ରାଜ୍ୟ ସଭାପତି ବଦ୍ରି ମିଶ୍ରଙ୍କ ଉଦ୍ୟମ ରେ ରାଜ୍ୟ ବାହାରେ ଛତିଶଗଡ଼ର ରାୟଗଡ଼ରେ ଏହା ସପ୍ତମ ଭାଗବତ ଟୁଙ୍ଗି।ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ସାହିତ୍ୟିକ, ନୃତ୍ୟ ଓ ସଂଗୀତ ଶିଳ୍ପୀ କ୍ଷମାସାଗର ଭୋଇ, ଜବଲପୁର ର ଅଧିବକ୍ତା ଜୟଶଂକର ଭୋଇ, ରବିଶଙ୍କର ଚୌଧୁରୀ,ଭାଗବତ ସାଓ,ରାଜାରାମ ରାଓ,କମଳ ପ୍ରଧାନ, ଜଗବନ୍ଧୁ ସାଓ ଓ ଚନ୍ଦ୍ରଭାନୁ ପଟେଲ ଉପସ୍ଥିତ ଥିଲେ।ଏହି ପରିପ୍ରେକ୍ଷୀରେ ସଂଗଠନ ପକ୍ଷରୁ ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ପ୍ରଦାନ କରାଯାଇଥିଲା। ଆଗାମୀ ଫେବୃଆରୀ ମାସ ରେ ଛତିଶଗଡ଼ ର ଓଡ଼ିଆ ଭାଷାଭାଷୀ ଅଞ୍ଚଳ ସହଯୋଗ ରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯିବାର କାର୍ଯ୍ୟକ୍ରମ ରହିଛି, ଯେଉଁଥିରେ ଓଡ଼ିଶାର ଅନେକ ଗବେଷକ ଓ ପ୍ରବଚକ ଯୋଗ ଦେଵେ ବୋଲି କ୍ଷମାସାଗର ଭୋଇ, ଜୟଶଂକର ଭୋଇ ଓ ବଦ୍ରି ମିଶ୍ର ଜଣାଇଛନ୍ତି।
Related Stories
November 24, 2024
November 24, 2024