ଦୁଇଦିନ ଧରି ସ୍ବର୍ଣ୍ଣାଭ ବେଳାଭୂମି ରେ ଆୟୋଜିତ 43 ତମ କୁମାର ଉତ୍ସବ ସୋମବାର ମହା ସମାରୋହରେ ଉଦଯାପିତ ହୋଇଛି । ଅନୁଷ୍ଠାନର ସଭାପତି ତଥା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ସଭାପିତ୍ବରେ ଉଦଯାପନୀ ସନ୍ଧ୍ୟାର ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ମତବ୍ୟକ୍ତ କରି କହିଥିଲେ ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ପୁରୀ ତଥା ଓଡ଼ିଶାର କଳା ସଂସ୍କୃତି ସର୍ବଦା ଆଗ୍ରଧିକାର ଦେଇଥାଏ । କୁମାର ଉତ୍ସବ ଅବସରରେ ଖାଲି ଓଡ଼ିଶା କାହିଁକି ଦେଶର ବିଭିନ୍ନ କଳା ସଂସ୍କୃତି କୁ ମଞ୍ଚରେ ଉପସ୍ଥାପନ କରି ଦେଶର ଏକାତାକୁ ଦର୍ଶାଇଥାଏ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନର ଉପଦେଷ୍ଠା ତଥା ପୂର୍ବତନ କାଉନସିଲର ଭକ୍ତ ଚରଣ ଦାସ ଯୋଗଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ମାନପତ୍ର ଓ ଉପଢୋକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ସେହିପରି ଅନୁଷ୍ଠାନ ପକ୍ଷରୁ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା ।
ସେଥିରେ ଲିଟିଲ ମିସ୍ ଭାବରେ ସାନ୍ଭି କର ଏବଂ ଲିଟିଲ ମାଷ୍ଟର ହର୍ଷିତ ମିଶ୍ର ଙ୍କୁ ପୁରସ୍କୃତ କରାଯାଇଥିଲା ।ସଭାକାର୍ଯ୍ୟ ଶେଷରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ସଦାଶିବ ନାୟକ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକାର୍ଯ୍ୟ ପରେ ପରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଶ୍ରୀକ୍ଷେତ୍ର କକା ନିକେତନର କଳାକାର ମାନଙ୍କୁ ପକ୍ଷରୁ ଓଡ଼ିଶୀ ନୃତ୍ୟଶିଳ୍ପୀ ରୋଜାଲିନ ମହାନ୍ତି ଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ ନୃତ୍ୟ ପରିବେଶ କରାଯାଇଥିଲା । ପରେ ପରେ ନୃତୁଗୁରୁ ଅମିତ୍ ଚାଟାର୍ଜୀ ଙ୍କ ନିର୍ଦ୍ଦେଶନାରେ ଆରତୀ ଡ୍ୟା ନ୍ସ ଗ୍ରୁପ୍ ପକ୍ଷରୁ ଶିବ ତାଣ୍ଡବ ପରିବେଷଣ କରାଯାଇଥିଲା । ପରେ ପରେ ଅନୁଷ୍ଠାନର କଳାକାର ମାନେ ପୁରୁଣା ଗୀତର ରିମିକ୍ସ ତାଳେ ତାଳେ ନୃତ୍ୟ ପରିବେଶନ କରିଥିଲେ । ପରେ ଉଦଯାପନୀ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲେ ମୁମ୍ବାଇର ଅମୁଲ ଭାଏସ ଅଫ୍ ଇଣ୍ଡିଆ ର ମଲ୍ହାର ଓ ସୋମାଚାନ୍ଦ ।ଅନେକ ସୁପର ହିଟ୍ ହିନ୍ଦୀ ସଙ୍ଗୀତର ତାଳେ ତାଳେ ବେଳାଭୂମି ରେ ଉପସ୍ଥିତ ଦର୍ଶକ ଝୁମି ଉଠିଥିଲେ ।
ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ସଙ୍ଗୀତକୁ ମନଭରି ଉପଭୋଗ କରିବା ସହ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା।