କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ସେବା ସମିତି ଠାରେ ରାସ୍ତାକଡ ବିକ୍ରେତାଙ୍କ ପାଇଁ ଉଦ୍ୟମୀତା ଉନ୍ନୟନ ପ୍ରଶିକ୍ଷଣ ଶିବିର ଉଦ୍ଘାଟନ ହୋଇଥିଲା ।ଏହି ଶିବିର ଟି ୧୩/୧୦/୨୦୨୨ ରିଖ ପଯ୍ୟନ୍ତ ଚାଲୁରହିବ। ଭାରତ ସରକାର ଙ୍କ ଦକ୍ଷତା ବିକାସ ଓ ଉଦ୍ୟମିତା ମନ୍ତ୍ରାଳୟ ଓ ବିତ୍ତିୟ ସେବା ବିଭାଗ ଆନୁକୁଲ୍ୟରେ କରାଯାଉଛି। ଭାରତୀୟ ଉଦ୍ୟାମିତା ପ୍ରତିଷ୍ଠାନ (IIE) ଏବଂ ସିଦ୍ଧ ଡେଭେଲପମେଣ୍ଟ ରିସର୍ଚ୍ଚ ଆଣ୍ଡ କଂସଲ୍ଟାନ୍ସି ଏହି ପ୍ରକଳ୍ପ କୁ ପୁରୀ ମୁନିସିପାଲିଟି ଓ ପୁରୀ ପୌରପାଳିକା ସହଯୋଗରେ କାର୍ଯ୍ୟକାରୀ କରୁଛନ୍ତି।
ପଞ୍ଚ ଦିବସୀୟ କାର୍ଯ୍ୟକ୍ରମ ଜରିଆରେ ଅନୁନ୍ୟ ୨୦୦ ଉଦ୍ୟୋଗୀମାନଙ୍କୁ ଅଂଶଗ୍ରହଣ କରିବେ। ଏଥିରେ ପୁରୀ ମୁନିସିପାଲିଟି ର ସହକାରୀ କାର୍ଯ୍ୟନିବାହି ଅଧିକାରୀ ଶ୍ରୀଯୁକ୍ତ ମନୋଜ ବେହେରା PMSVANIDHI ର ମ୍ୟାନେଜର ଶ୍ରୀମତୀ ସମିତା ମହାନ୍ତି, SDRC ର ନିର୍ଦ୍ଧେଶକ ରତ୍ନାକର ପାଣିଗ୍ରାହୀ, XIMB ପ୍ରଫେସର ଶ୍ରୀଯୁକ୍ତ ଡି. ଭି ରମଣI , ଏବଂ ପୁରୀ ସେବା ସମିତି ର ସଭାପତି ବିମଳ ମହାନ୍ତି ଓ ସହ ସମ୍ପାଦକ ରବିଦ୍ର ନାଥ ସେନାପତି ଅତିଥି ରୁପେ ଯୋଗ ଦେଇଥିଲେ। ଏହି ସଭାକୁ ଶ୍ରୀଯୁକ୍ତ ଶାନ୍ତନୁ ଷଡ଼ଙ୍ଗୀ ଏବଂ ସୋମେନ୍ଦ୍ର ଦାସ ପରିଚାଳନା କରିଥିଲେ। ଏହି ଶିବିରରେ ରାସ୍ତାକଡ ଉଦ୍ୟୋଗି ମାନଙ୍କୁ PMSVANIDHI ଋଣ ଆବେଦନ, ବ୍ୟବସାୟ ବିତ୍ତୀୟ ଯୋଜନା, ଡିଜିଟାଲ ଫାଇନାନ୍ସ, ଓ ଅନଲାଇନ ମାର୍କେଟ ସଂଯୋଗିକରଣ କରିବା ପାଇଁ ପ୍ରଶିକ୍ଷଣ ଦିଆଗଲା ।