ଲେନ କମିଟି ରେ ଅଭିଯୋଗ ଦେଲୁହେଲେ କେହି ଶୁଣିଲେନି କି ଦେଖିଲେନୀ। ହବିଶ୍ୟାଳି ମାନେ କାଳେ ପଡିଯିବେ ଆଶଙ୍କା କରି ଭଙ୍ଗା ରାସ୍ତା ମରାମତି କରିଛନ୍ତି ସ୍ଥାନୀୟ ବାସିନ୍ଦା । ବାଲିସାହି ଆଖଡ଼ା ନିକଟ ବାରାହୀ ମନ୍ଦିର ସମ୍ମୁଖସ୍ଥ ରାସ୍ତା ଖାଲରେ କଂକ୍ରିଟ ପକାଇବା ପରେ ଏହା କହିଁଛନ୍ତି ସ୍ଥାନୀୟ ବାସିନ୍ଦା। ପବିତ୍ର କାର୍ତ୍ତିକ ମାସରେ ହଜାର ହଜାର ହବିଶ୍ୟାଳି ଶ୍ରୀକ୍ଷେତ୍ର ଆସିଛନ୍ତି।ତିର୍ଥପୁଷ୍କରିଣିରେ ସ୍ନାନ ଓ ଶ୍ରୀମନ୍ଦିରରେ ଜଗନ୍ନାଥ ଦର୍ଶନ କରି ବ୍ରତ ପାଳନ କରିବେ। ଆମେ ସହର ବାସି ଜଗନ୍ନାଥ ପ୍ରେମୀ ଙ୍କୁ ସାହାଯ୍ୟ କରିବା ଉଦେଶ୍ୟ ରଖିଲେ ଯାଇ ପୁରୀବାସୀଙ୍କ ମର୍ଯ୍ୟାଦା ବଢିବ । ଶ୍ରୀଜଗନ୍ନାଥ ଧାମ ର ଜୟଗାନ ହେବ। ସରକାର ଙ୍କ ଉପରେ ସବୁ ଛାଡ଼ି ଚୁପ୍ ନବସି ନିଜେ ନିଜ ସହର ପାଇଁ ଆନ୍ତରିକତା ଦେଖାଇବାକୁ ଆହ୍ୱାନ ଦେଇଛନ୍ତି ସାହି ମୂରବୀ ଶ୍ରୀଧର ସାମନ୍ତରା।
“ନାଗା କୋଟ” ଜାଗାର ସଦସ୍ୟଙ୍କ ନେତୃତ୍ବରେ ଶ୍ରୀମନ୍ଦିର ଦକ୍ଷିଣଦ୍ଵାର ସମ୍ମୁଖ ବାରାହୀ ମନ୍ଦିର ରାସ୍ତା ସମେତ ପବିତ୍ର ତୀର୍ଥ ପୁଷ୍କରିଣୀ ରାସ୍ତାରେ ବହୁଦିନ ଧରି ସୃଷ୍ଟି ହୋଇଥିବା ଖାଲ ମରାମତି ହୋଇଛି। ଜାଗା ସମ୍ପାଦକ ଦିନେଶ ରଣା କହିଛନ୍ତି ମାସ ମାସ ହେଲା ରାସ୍ତା ଖାଲ ଥିଲା। ଏଥିରେ ପଡି ବହୁ ଦୁର୍ଘଟଣା ଘଟିବା ସହ ଲୋକେ ଆହତ ହେଉଥିଲେ। କାର୍ତ୍ତିକ ମାସ ଆରମ୍ଭ ୪ ଦିନ ପୂର୍ବରୁ ସମସ୍ୟାର ଫଟୋ ୯ ନମ୍ବର୍ ୱାର୍ଡ ଲେନ କମିଟି what’s app ଗ୍ରୁପରେ ପ୍ରଦାନ କରାଯାଇଥିଲା । ମରାମତି ପାଇଁ ବାରମ୍ବାର ପ୍ରଶାସନକୁ ଅନୁରୋଧ କରାଯାଇଥିଲା ହେଲେ କୌଣସି ସୁଫଳ ମିଳିଲା ନାହିଁ । ୩ ଦିନ ଅପେକ୍ଷା କରିବା ପରେ ନିରାଶ ହୋଇ ଶେଷରେ ଆମେ ମରାମତି କଲୁ। ଏଠି ପ୍ରଶ୍ନ ଉଠୁଛି ଯେ କମିଟି କାହିଁକି ଗଢ଼ା ହୋଇଛି ବୋଲି ସମ୍ପାଦକ ରଣା ପ୍ରଶ୍ନ କରିଛନ୍ତି। ଶ୍ରୀମନ୍ଦିର ଓ ସ୍ୱର୍ଗଦ୍ୱାର କୁ ଯୋଡୁଥିବା ଉକ୍ତ ମୁଖ୍ୟ ରାସ୍ତା ସବୁବେଳେ ଭିଡ ରହୁଥିବାରୁ ସ୍ଥାନୀୟ ଯୁବକ ମାନେ ରାତି ଅଧରେ କାର୍ଯ୍ଯ କରିଥିଲେ। ଭକ୍ତଙ୍କ ସେବା ତଥା ଭଲ କାମ ହେତୁ କଲେଜ୍ ରୋଡ ର ପବିତ୍ର ମହାରଣା ଓ ସୁଆର ସାହିର ମନୋଜ ସାହୁ ନାଗା କୋଟ ଜାଗା ସଦସ୍ୟଙ୍କୁ ସହଯୋଗ କରିଥିଲେ। ସରକାରଙ୍କୁ ସବୁ କାର୍ଯ୍ଯ ରେ ଅପେକ୍ଷା ନକରି ଛୋଟ ମୋଟ କାମକୁ ସ୍ଥାନୀୟ ସମସ୍ୟା ନିଜେ ତୁଲାଇ ପ୍ରଶାସନକୁ ସଚେତନ କରିବାକୁ କର୍ମୀମାନେ ଆହ୍ବାନ ଦେଇଛନ୍ତି।
Related Stories
November 24, 2024
November 24, 2024