ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ଗୋଷାଇଁନୂଆଗାଁର ପ୍ରସିଦ୍ଧ କାଳୁଆ ଯାତ୍ରା ଗତକାଲି ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି । ଗତ ମହାଳୟା ଅମାବାସ୍ୟା ଠାରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା । ୧୪ ଦିନ ଧରି ମା କାଳୁଆ ଏହି ଅସ୍ଥାୟୀ ମଣ୍ଡପରେ ପୂଜା ପାଇ ଆସୁଥିଲେ । ଗତକାଲି ରାତିରେ ମା ନିଜ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ ।
ବଡ଼ସାହି ସ୍ଥିତ ଅସ୍ଥାୟୀ ମଣ୍ଡପରେ ମାଙ୍କୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ଦର୍ଶନ କରିବା ସହ ମାନସିକ ଭୋଗ ଆଣି ମାଙ୍କୁ ଅର୍ପଣ କରିଥିଲେ । ପ୍ରତିଦିନ ସଂନ୍ଧ୍ୟାରେ ୧୦୮ ଆଳତୀ ଦେଖିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମୁଥିଲା । ମାଙ୍କୁ ବିଦାୟ ଦେବା ପାଇଁ ସମସ୍ତ ସାହିରେ ଗତକାଲି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ତେବେ ବର୍ଷା ସତ୍ବେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା ।