
-
ଏହି ଅଭିନବ ୱାଟର ସ୍ପୋର୍ଟସ ସେଣ୍ଟର ସାଇ ଓ ଏନଟିପିସିର ମିଳିତ ଉପକ୍ରମ
ନୂଆଦିଲ୍ଲୀ, କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ରବିବାର ପୂର୍ବାହ୍ନରେ ହିମାଚଳ ପ୍ରଦେଶର ବିଳାସପୁରର କୋଲଡେମ ବରମାନା ଠାରେ ଏକ ୱାଟର ସ୍ପୋର୍ଟସ ସେଣ୍ଟର ଉଦଘାଟନ କରିଛନ୍ତି । ହିମାଚଳ ପ୍ରଦେଶରେ ଏହି ଅଭିନବ ୱାଟର ସ୍ପୋର୍ଟସ ସେଣ୍ଟର ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ) ଓ ଜାତୀୟ ତାପଜ ବିଦ୍ୟୁତ ନିଗମ (ଏନଟିପିସି)ର ମିଳିତ ଭାବେ ଆରମ୍ଭ ହୋଇଛି ।