
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଉପହାର ୨୦୨୨ ର ନିଲାମ ଚଳିତ ମାସର ୧୨ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ସଂସ୍କୃତି ମନ୍ତ୍ରଣାଳୟର ଏକ ଟୁଇଟ୍ର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ବର୍ଷ ବର୍ଷ ଧରି ମୁଁ ପାଇଥିବା ଅନେକ ସ୍ୱତନ୍ତ୍ର ଉପହାର ଏହା ମଧ୍ୟର ରହିଛି । ଲୋକଙ୍କ ଇଚ୍ଛାକୁ ସମ୍ମାନ ଜଣାଇ, ଉପହାରଗୁଡିକର ନିଲାମ ୧୨ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏଥିରେ ଅଂଶଗ୍ରହଣ କରନ୍ତୁ ।”