ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଉତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ମୁଲାୟମଙ୍କ ସହ ତାଙ୍କର ସ୍ମୃତିକୁ ମଧ୍ୟ ଶେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ୟେ ମୁଲାୟମୁ ସିଂହ ଯାଦବ ଏକ ବିଲକ୍ଷଣ ବ୍ୟକ୍ତିତ୍ୱର ଧନୀ ଥିଲେ । ତାଙ୍କୁ ବିନମ୍ର ଓ ତୃଣମୂଳ ସହ ଜଡିତ ଥିବା ନେତା ଭାବେ ସବୁବେଳେ ପ୍ରଶଂସା କରାଯାଉଥିଲା । ସେ ଲୋକ ମାନଙ୍କର ସମସ୍ୟା ଗୁଡିକ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଥିଲେ । ସେ ତାଙ୍କର ନିଷ୍ଠା ବଳରେ ଲୋକ ମାନଙ୍କର ସେବା କରିଥିଲେ ଓ ଲୋକ ନାୟକ ଜେପି ଓ ଡ. ଲୋହିଆଙ୍କ ଆଦର୍ଶକୁ ଲୋକପ୍ରିୟ କରିବାକୁ ନିଜର ଜୀବନ ସମର୍ପିତ କରି ଦେଇଥିଲେ ।