
ଭଦ୍ରକ, ସେବାକୁ ନିଜ ଜୀବନର ବ୍ରତ ବୋଲି ଭାବିନେଇ ନିର୍ଭୀକ ସତ୍ୟାନୁଶରଣ କରିପାରିଲେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତି ଶ୍ରେଷ୍ଠ ନିଦର୍ଶନ ହୋଇପାରିବ ବୋଲି ତାଙ୍କର ୧୪୫ତମ ଜନ୍ମ ଜୟନ୍ତୀ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଭଦ୍ରକର ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବରିଷ୍ଠ ସାମ୍ବାଦିକ ତଥା ଅନୁଷ୍ଠାନର ମିଡିଆ ସେଲ୍ ଅଧ୍ୟକ୍ଷ ପ୍ରମୋଦ ରାୟଙ୍କ ଆବାହକତ୍ଵରେ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ଉତ୍ସବରେ ପଣ୍ଡିତ ଦୈତ୍ୟାରି ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ସମାଜସେବୀ ଅଜୟ ନାୟକ ମୁଖ୍ୟ ଅତିଥି, ଅଧ୍ୟାପକ ବିଶ୍ଵରଂଜନ ଦାସ ମୁଖ୍ୟବକ୍ତା, ସମାଜସେବୀ ତଥା ସୁସଂଗଠିକା ଶ୍ରଦ୍ଧାଞ୍ଜଳି ରାୟ ସ୍ଵତନ୍ତ୍ର ଅତିଥି, ପୂର୍ବତନ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ, ଅଧ୍ୟାପକ ଡ. ଅଭୟ ଦାସ, ଆଇନଜୀବୀ ଗଦାଧର ବଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳମଣି ଗୋପବନ୍ଧୁଙ୍କ ସେବା, ତ୍ୟାଗ ଓ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।
ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଶାନ୍ତନୁ ରାଉତ, ନାଟ୍ୟ ନିର୍ଦ୍ଦେଶକ ଗୌରାଙ୍ଗ ବାରିକ, ବିଚିତ୍ରାନନ୍ଦ ମହାନ୍ତି, ଚର୍ଚ୍ଚିକା ପ୍ରସାଦ ମହାପାତ୍ର, ବାବୁଲାଲ ଦାସ, ଅମରେନ୍ଦ୍ର ପାଣିଗ୍ରାହୀ, ଆଇନ୍ଜୀବୀ ଅମରେନ୍ଦ୍ର ବିଶ୍ଵାଳ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରି ଗୋପବନ୍ଧୁ ଆମ ସମାଜ ପାଇଁ ଏକ ଆଦର୍ଶ ବୋଲି ବର୍ଣ୍ଣନା କରିଥିଲେ । ଏହି ସ୍ଵତନ୍ତ୍ର ସଭାରେ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କୃତି ପ୍ରତିଭାଧାରୀ ୯ ଜଣଙ୍କୁ ଉତ୍କଳମଣି ଫାଉଣ୍ଡେସନ ପକ୍ଷରୁ ସ୍ଵତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ସୁଧାକର ନନ୍ଦ ଉତ୍କଳମଣି ସାହିତ୍ୟ ସମ୍ମାନ, ଡ. ପ୍ରସନ୍ନ ରାୟ ଉତ୍କଳମଣି ସ୍ମୃତି ସମ୍ମାନ, ଚନ୍ଦ୍ରକାନ୍ତ ନାୟକ ପଦ୍ମନାଭ ମହାପାତ୍ର ସ୍ମୃତି ସମ୍ମାନ, ପୂର୍ଣ୍ଣଚନ୍ଦ୍ର ସାହୁ ଜଗଦୀଶ ଖେମକା ସ୍ମୃତି ସମ୍ମାନ, ବରିଷ୍ଠ ସାମ୍ବାଦିକ ନିହାର ଦାସ ଉତ୍କଳମଣି ପତ୍ରକାର ସମ୍ମାନ, ନାଟ୍ୟଶ୍ରୀ ନିର୍ମଳ ରାଉତ ଉତ୍କଳମଣି ନାଟ୍ୟକାର ସମ୍ମାନ, ଭାସ୍କର ନାୟକ ଉତ୍କଳମଣି ଶିକ୍ଷା ଗୌରବ ସମ୍ମାନ, ସେକ୍ ମସଲାଉଦ୍ଦିନ୍ ଉତ୍କଳମଣି ବିପଦବନ୍ଧୁ ସମ୍ମାନ ଓ ବାବାଜୀ ସାହୁଙ୍କୁ ଉତ୍କଳମଣି ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୫ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଗତକାଲି ସକାଳ ୭ ଟା ସମୟରେ ଭଦ୍ରକ ପୁରୁଣା କୋର୍ଟ ଓ ଡାହାଣୀଗଡିଆରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ସମାଜସେବୀ ଓ ସଂଗଠକମାନଙ୍କ ସଂହତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସମାଜ ପ୍ରଗତି, ସମାଜ ସଂସ୍କାର ଓ ଭାରତର ସ୍ଵାଧୀନତା ସଂଗ୍ରାମକୁ ଗୋପବନ୍ଧୁଙ୍କର ଅବଦାନ ସଂପର୍କରେ ଆଲୋଚନା କରାଯାଇଥିଲା । ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଦିନ ଦରିଦ୍ର ତଥା ଯୁବ ସମାଜକୁ ଫଳାର୍ଣ୍ଣ ବଣ୍ଟନ କରିବା ସହିତ ନିରାଡମ୍ବର ଭାବେ ସାଧାରଣ ସଭା ଆୟୋଜନ କରାଯାଇଥିଲା । ଶେଷରେ ସମାଜସେବୀ ସୁଧାକର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।