
ସୁବର୍ଣ୍ଣପୁର, ସୁବର୍ଣ୍ଣପୁର ଜିଲା ଯାଦବ ସମାଜ ପକ୍ଷରୁ ଆଶ୍ବିନ ପୁର୍ଣ୍ଣମି ଅବସରରେ ସ୍ଥାନିୟ ସମଲେଇଶ୍ବରୀ ମନ୍ଦିର ପରିସରରେ ଜିଲ୍ଲା ଯାଦବ ମହାସଭାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲ୍ଲାଯାଦବ ସମାଜର ସମସ୍ତ ଭାଇ ଭଉଣି ସାମିଲ ହୋଇ ପ୍ରଥମେ ଘୋଡାଘାଟପଡା ସ୍ଥିତ ବୁଢି ସମଲେଇ ମନ୍ଦିରରୁ ମାଙ୍କଠାରେ ପୁଜାର୍ଚ୍ଚନା ସାରି ଏକ ବିରାଟ ଶୋଭାଯାତ୍ରାରେ ବାହାରି ଯାଦବ ସମାଜର ପାରମ୍ପାରିକ ବାଡିଖେଲ ନୃତ୍ୟ ସହ ସହର ପରିକ୍ରମା କରି ମା ସମଲେଇ ମନ୍ଦିରରେ ପହଞ୍ଚିଥିଲେ। ପରେ ଜିଲ୍ଲା ଯାଦବ ସମାଜର ସଭାପତି ତପନ ଯୁଆଡିଙ୍କ ନେତୃତ୍ବରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ବେଳେ ଉତ୍କଳ ଯାଦବ ମହାସଭାର ପଶ୍ଚିମଓଡିଶା ପର୍ୟବେକ୍ଷକ ରାଜୁ ଘିବିଲା ଓ ଉତ୍କଳ ଯାଦବ ମହାସଭାର ସୁବର୍ଣ୍ଣପୁର ଜିଲ୍ଲା ପର୍ୟବେକ୍ଷକ ଧବଳେଶ୍ବର ଘିବିଲା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଯାଦବସମାଜର ସର୍ବାଙ୍ଗିନ ଉନ୍ନତି କାମନାକରିଥିଲେ। ସମାଜର ପୌର ପରିଷଦ ସଭାପତି ପ୍ରଫୁଲ୍ଲ ନାଏକଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଯାଦବ ମହାସଭାର ଶତାଧିକ ଯାଦବ ସଦସ୍ୟ ଯୋଗଦେଇଥିଲେ। ଶ୍ରୀ ନାଏକଙ୍କ ଅନୁରୋଧ କ୍ରମେ ସହରର ସ୍ଵଚ୍ଛ ଭାରତ ସଂଗଠନ ପକ୍ଷରୁ ରବିବାର ସକାଳ ୬ ଟାରେ ମା ସମଲେଇଙ୍କ ମନ୍ଦିରରେ ଏକ ସଫେଇ ଓ ପଲିଥିନ ମୁକ୍ତ ଅଭିଯାନ କରାଯାଇଥିଲା। ଶେଷରେ ଜିଲ୍ଲାଯାଦବ ମହାସଭାର ସମ୍ପାଦକ ପିତବାସ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।