
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ନିଃସ୍ୱାର୍ଥପର ସେବା ଓ ତ୍ୟାଗର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ତାଙ୍କର ଅମାପ ଦେଶପ୍ରେମ, ଶିକ୍ଷିତ ସମାଜ ଗଠନର ମୂଲ୍ୟବୋଧ ଏବଂ ଓଡ଼ିଆ ଭାଷା, ସାହିତ୍ୟକୁ ରୁଦ୍ଧିମନ୍ତ କରୁଥିବା ଅନନ୍ୟ ସୃଜନସୃଷ୍ଟି ସର୍ବଦା ପ୍ରେରଣାର ଉତ୍ସ।