ପୁରୀ, ଆଜି କୁମାରପୂର୍ଣ୍ଣମୀରେ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ମଙ୍ଗଳଆଳତୀ, ଅବକାଶ ପରେ ଶ୍ରୀଜୀଉ ମାନଙ୍କ ରାଧାଦାମୋଦର ବେଶ ଅନୁଷ୍ଠିତ ହୋଇଛି । ଗୋପାଳବଲ୍ଲଭ ଭୋଗ, ସକାଳ ଧୂପ ପରେ ବାଳଧୂପ ନୀତି ସମାପନ ହୋଇ ଅନ୍ୟାନ୍ୟ ନୀତିକାନ୍ତି ଚାଲୁ ରହିଥିଲା । ବଡସିଂହାର ଭୋଗ ଶେଷ ପରେ ରତ୍ନ ସିଂହାସନ ଉପରେ ଓ ତଳେ ଶକଟା, ପଶା, କଉଡ଼ି ଖେଳ ଦୁଇ ପକ୍ଷ ଲକ୍ଷ୍ମୀଙ୍କ ପକ୍ଷ ଓ ଜଗନ୍ନାଥଙ୍କ ପକ୍ଷ ହୋଇ ସେବାୟତ ମାନେ ଖେଳିବେ । ମହାଲକ୍ଷ୍ମୀଙ୍କ ପାଖରେ ଶ୍ରୀ ଜଗନ୍ନାଥ ଖେଳରେ ହାରିବା ପରେ ୭ ଦିନ ବନ୍ଧା ରହିବେ । ଶ୍ରୀ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଶ୍ରୀ ମାଧବ ଲକ୍ଷ୍ମୀଙ୍କ ମନ୍ଦିରରେ ବିଜେ କରିବେ । ୭ ଦିନ ପରେ ରତ୍ନ ସିଂହାସନକୁ ପ୍ରତ୍ୟାବର୍ତନ କରିବେ ।
Related Stories
November 23, 2024